OnaKhabar

ବଡ଼ିବିଲଡ଼ିଂ : ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେଲେ ସୁମିତ୍ରା

272

ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଏକ ଭଲ ଖବର । ବିଡ଼ିବିଲଡିଂରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟବଚି ।ରକ ହେବାର ଗୌରବ ଅର୍ଜନ କରିଛନ୍ତି ସୁମିତ୍ରା ତ୍ରିପାଠୀ । ସୁମିତ୍ରାଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସଅୁ ଛୁଟିଛି
। ଖାଲି ବିଡ଼ିବିଲଡିଂ ନୁହେଁ ଫିଜିକ ସ୍ପୋର୍ଟସରେ ମଧ୍ୟ ସେ ଅନ୍ତର୍ଜାତୀୟ ବିଚାରକ ହେବାର ସୌଭାଗ୍ୟ ପାଇଛନ୍ତି । ସେ ଏବେ ଓଡ଼ିଶା ବଡ଼ି ବିଲଡ଼ିଂ ଆସୋସିଏସନର ସଭାପତି ଅଛନ୍ତି । ସେହିପରି ପୂର୍ବରୁ ସେ ବଡ଼ିବିଲଡ଼ିଂରେ ଜାତୀୟ ବିଚାରକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଛନ୍ତି । ସାଧାରଣତଃ ପୁରୁଷମାନେ ହିଁ ବଡ଼ିବିଲଡ଼ିଂ କରିଥା’ନ୍ତି । କିନ୍ତୁ ଖୁବ କମ ମହିଳା ଏକ୍ଷେତ୍ରରେ ପାଦ ଦେଇ ଅନ୍ୟକୁ ଚମକାଇ ଦେବାରେ ସଫଳ ହୋଇଛନ୍ତି । ସୁମିତ୍ରା ବଡ଼ିବିଲଡ଼ିଂରେ ଅନ୍ତର୍ଜାତୀୟ ବିଚାରକ ହେବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଫଳରେ ଆଗକୁ ମହିଳାମାନେ ବଡ଼ିବିଲଡ଼ିଂ ପ୍ରତି ଆକର୍ଷିତ ହେବେବୋଲି ଆଶା କରାଯାଉଛି । ଏବେ ସେ ଇଣ୍ଡୋନେସିଆରେ ଥିବାବେଳେ ଆସନ୍ତା ୭ରେ ସେ ଭୁବନେଶ୍ୱର ଫେରିବେ ବୋଲି ଜାଣିବାକୁ ମିଳିଛି ।

Comments are closed.