OnaKhabar

ଏଲଗାର୍,ଡି’କକଙ୍କୁ ଶତକରେ ଲଢିଲା ଦକ୍ଷିଣ ଆଫ୍ରିକା

261

ବିଶାଖାପାଟଣା: ଖେଳ ଦେଖିବା ପାଇଁ ହେଉ କି ଖେଳ ବିଷୟରେ ଜାଣିବା ପାଇଁ ସମସ୍ତେ ଆଗ୍ରହ । ଦେଖିବାକୁ ଗଲେ ବହୁତ ଲୋକ କ୍ରିକେଟ ପ୍ରେମୀ ହୋଇଥାଆନ୍ତି । କ୍ରିକେଟ ପ୍ରେମୀ ମାନେ ସେ ତାଙ୍କର ଗୋଟେ ଟିମ ଏବଂ କିଛି ଖେଳାଳୀ ମାନଙ୍କୁ ବେଶ ପସନ୍ଦ କରିଥାଆନ୍ତି । ସେମାନଙ୍କର ଆଶା ଥାଏ କି ସେ ପସନ୍ଦ କରୁଥିବା ଟିମଟି ଜିତୁ ଏବଂ ତାଙ୍କର ପ୍ରିୟ ଖେଳାଳୀ ଟି ଅଧିକ ସ୍କୋର କରୁ ।ତେବେ ଶୁକ୍ରବାର ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଚାଲିଥିବା ବେଳେ ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିଥିଲା ।
ଭାରତ ୫୦୨/୭ରେ ପାଳି ଘୋଷଣା କରି ଯେଉଁ ଆଶା ରଖିଥିଲା ତାହାକୁ ଏକ ପ୍ରକାର ପଣ୍ଡ କରି ଦେଇଛି ଦକ୍ଷିଣ ଆଫ୍ରିକା। ତୃତୀୟ ଦିନ ଖେଳରେ ପ୍ରାଧାନ୍ୟ ବିସ୍ତାର କରି ଭ୍ରମଣକାରୀ ଦଳ ଉନ୍ନତ ହାରରେ ରନ୍ ସଂଗ୍ରହ କରିଛି। ଶୁକ୍ରବାର ମୋଟ ୯୮ ଓଭର ଖେଳି ୫ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ୩୪୬ ରନ୍ ଯୋଡ଼ିଛି। ଖେଳ ଶେଷ ସୁଦ୍ଧା ୮ ୱିକେଟ୍ ବିନିମୟରେ ୩୮୫ ରନ୍ ସଂଗ୍ରହ କରିଛି। ହାତରେ ୨ ୱିକେଟ୍ ଥାଇ ଫାପ୍ ଡୁ ପ୍ଲେସିସଙ୍କୁ ଦଳ ୧୧୭ ରନ୍ ପଛରେ ରହିଛି। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଡିନ୍ ଏଲଗାର ଏବଂ ୱିକେଟ ରକ୍ଷକ କ୍ୱିଣ୍ଟନ ଡି’କକ୍ ନିଜ ନିଜ ଶତକ ହାସଲ କରି ଦକ୍ଷିଣ ଆଫ୍ରିକାର ଭାଗ୍ୟରେ ବଡ଼ ପରିବର୍ତନ କରିଛନ୍ତି। ତଥାପି ଜାଦେଜାଙ୍କ ୨୦୦ ୱିକେଟ୍ ଏବଂ ଅଶ୍ୱିନଙ୍କ ୫ ୱିକେଟ ସଫଳତା ମଧ୍ୟ ଭାରତକୁ ଏବେ ବି ସୁଯୋଗରେ ରଖିଛି।
ଶୁକ୍ରବାର ଦକ୍ଷିଣ ଆଫ୍ରିକା ୩୯/୩ରୁ ଖେଳ ଆରମ୍ଭ କରିଥିଲା। ତେମ୍ବା ବାଭୁମା (୧୮)ଙ୍କୁ ଈଶାନ୍ତ ଶର୍ମା ଲେଗ୍ ବିଫୋର କରି ପ୍ରଥମ ସଫଳତା ଦେଇଥିଲେ। କିନ୍ତୁ  ସହିତ ଯୋଗଦେଇ ଅଧିନାୟକ ଫାପ୍ ଡୁ ପ୍ଲେସିସ୍ (୫୫, ୧୦୩ ବଲ, ୮ ଚୌକା, ୧ ଛକା) ଆକର୍ଷଣୀୟ ଅର୍ଧଶତକ ହାସଲ କରିବା ସହିତ ଶତକୀୟ (୧୧୫) ଭାଗୀଦାରିରେ ସାମିଲ ହୋଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଡୁ ପ୍ଲେସିସଙ୍କୁ ଆଉଟ୍ କରି ଅଶ୍ୱିନ ଯୋଡ଼ି ଭାଙ୍ଗିଥିଲେ। କିନ୍ତୁ ପୂର୍ବ ସଂଧ୍ୟାରେ ୨୭ ରନ୍ରେ ଅପରାଜିତ ରହିଥିବା ଡିନ୍ ଏଲଗାର (୧୬୦, ୨୮୭ ବଲ୍, ୧୮ ଚୌକା, ୪ ଛକା) ନିଜ ଟେଷ୍ଟ୍ ଜୀବନର ୧୨ତମ ଶତକ ହାସଲ କରିନେବା ସହିତ ଦକ୍ଷିଣ ଆଫ୍ରିକାକୁ ବିପଦରୁ ବାହାର କରିବାରେ ବଡ଼ ଭୂମିକା ତୁଲାଇଛନ୍ତି। ଅବଶ୍ୟ ଏଲଗାର ୭୪ ରନ୍ରେ ଥିବାବେଳେ ଜାଦେଜାଙ୍କ ବୋଲିଂରେ ୱିକେଟରକ୍ଷକ ରିଦ୍ଧିମାନ ସାହା ସୁଯୋଗ ଛାଡ଼ିବାରୁ ସେ ଏହାର ଫାଇଦା ଉଠାଇଥିଲେ। ସେହିଭଳି କ୍ୱିଣ୍ଟନ ଡି’କକ୍ (୧୧୧, ୧୬୩ ବଲ୍, ୧୬ ଚୌକା, ୨ ଛକା) ଅପରାହ୍ନରେ ନିଜ ପଞ୍ଚମ ଟେଷ୍ଟ ଶତକ ହାସଲ କରିଥିଲେ। ଡି’କକ୍ ଏବଂ ଫିଲାଣ୍ଡରଙ୍କୁ ବୋଲ୍ଡ କରି ଅଶ୍ୱିନ। ନିଜ ପ୍ରତ୍ୟାବର୍ତନ ଟେଷ୍ଟ୍ରେ ୫ ୱିକେଟ୍ ନେଇଥିଲେ। ଅଶ୍ୱିନଙ୍କୁ ଛକା ମାରି ଡି’କକ ଶତକ ପୂରଣ କରିଥିଲେ। ହେଲେ ଏହାର ମଧୁର ପ୍ରତିଶୋଧ ନେଇଥିଲେ ଅଶ୍ୱିନ।
ଅନ୍ୟପକ୍ଷରେ କ୍ୱିଣ୍ଟନ ଡି’କକ୍ ଭାରତ ମାଟିରେ ଅଷ୍ଟମ ୱିକେଟରକ୍ଷକ ଭାବେ ଶତକ ହାସଲ କରିଛନ୍ତି। ଡିନ୍ ଏଲଗାର (୧୬୦ ରନ୍) ଆଣ୍ଡ୍ରିଉ ହଲ୍ (୧୬୩, କାନପୁର, ୨୦୦୪)ଙ୍କ ପରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଭାବେ ଦ୍ବିତୀୟ ସର୍ବାଧିକ ରନ୍ କଲେ। ସେହିଭଳି ୨୦୧୨ରେ କୋଲକାତାରେ ଆଲେଷ୍ଟର୍ କୁକଙ୍କ ୧୯୦ ରନ୍ ପରେ ଭାରତ ବିପକ୍ଷରେ ଏଲଗାରଙ୍କ ୧୬୦ ରନ୍ ସର୍ବାଧିକ। ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ୨୦୧୫ ଭାରତ ଗସ୍ତ ତୁଳନାରେ ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଛି। ସେଥର ୩ ମ୍ୟାଚ୍ ଶୃଙ୍ଖଳାକୁ ଦକ୍ଷିଣ ଆଫ୍ରିକା ୦-୩ରେ ହାରିଥିଲା। ଥରେ ମାତ୍ର ୨୦୦ ଟପିଥିଲା। ଏଥର ପ୍ରଥମ ପାଳିରେ ହିଁ ଦଳ ପାଖାପାଖି ଏହାର ଦୁଇ ଗୁଣା ଛୁଇଁଯିବାକୁ ଯାଉଛି।

Comments are closed.