OnaKhabar

ମୋଟର ସାଇକେଲ ଚୋରୀ ର‌୍ୟାକେଟର ପର୍ଦ୍ଦାଫାସ : ୧୦ ଗିରଫ,ଉଦ୍ଧାର ହେଲା ୨୫ ମୋଟର ସାଇକଲ

93

 

ବଲାଙ୍ଗୀର (ଦେବାଶିଷ ମିଶ୍ର) – କଣ୍ଟାବାଞ୍ଜି ପୁଲିସ ଆଜି ଏକ ବଡ ଧରଣର ମୋଟର ସାଇକଲ ଚୋରୀ ରାକେଟର ପର୍ଦ୍ଦାଫାସ କରିଛି । ଏହି ରାକେଟରେ ସାମିଲ ଥିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବା ସେମାନଙ୍କୁ ନିକଟରୁ ୨୫ ମୋଟର ସାଇକଲ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବ୍ରହ୍ମା ଦାସ (୨୫) , ଚୈତନ୍ୟ ଭାଟି(୨୪) ଘୁବୁଡୁ ଛୁରା(୩୦) ସୁରେନ୍ଦ୍ର ତେଜି (୧୯) ରୋସନ ପଟେଲ (୨୫), ତ୍ରିଲୋଚନ ଭାଟି (୩୨) ଚୁଡାମଣି ତାଣ୍ଡି (୨୯) ,ସାଧୁ ବାଗ (୨୧), ଟିଙ୍କୁ ପଟେଲ (୨୨) ଓ କୁମୁଦ ପଟେଲ (୧୯) । ଏମାନେ ସମସ୍ତେ ନୂଆଁପଡା ଜିଲ୍ଲା ସିନାପାଲି , ବଲାଙ୍ଗୀର ଜିଲ୍ଲା କଣ୍ଟାବାଂଜି ,ମୁରିବାହାଲ ଓ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ବୋଲି ଜଣାପଡିଛି । ପୁଲିସର ସୂଚନା ଅନୁଯାୟୀ ଏମାନେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟର ସାଇକଲ ଚୋରି କରୁଥିଲେ ଓ ସେ ସବୁ ବାଇକକୁ ବଙ୍ଗୋମୁଣ୍ଡା ଓ ତୁରେକେଲା ଅଞ୍ଚଳରେ ବିକ୍ରି କରୁଥିଲେ । ତେବେ ଏହି ରାକେଟର ପର୍ଦ୍ଦାଫାସ କରିବା ପାଇଁ ଏସପିଙ୍କ ନିର୍ଦ୍ଧେଶରେ କଣ୍ଟାବାଂଜି ଏସଡିପିଓ ସରୋଜ ମହାପାତ୍ରଙ୍କ ନେତୃତ୍ୱରେ କଣ୍ଟାବାଂଜି , ମୁରିବାହାଲ ଓ ବଙ୍ଗୋମୁଣ୍ଡାଙ୍କ ଆଇଆଇସିମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହିତ ସେମାନେ ଚୋରୀ କରିଥିବା ମୋଟର ସାଇକଲ ସବୁକୁ ଜବତ କରିଥିଲା । ବଲାଙ୍ଗୀର ଜିଲ୍ଲାରେ ଅପରାଧ ଦମନ ପାଇଁ ଏସପି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ସେହି ଯୋଜନା ଅନୁଯାୟୀ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ତେବେ ମୋଟର ସାଇକଲ ର‌୍ୟାକେଟ ଆହୁରି କିଛି ଲୋକଙ୍କ ସମ୍ପକ୍ତି ରହିଥିବା ପୁଲିସ ସନ୍ଦେହ କରୁଛି । ତେଣୁ ସେହି ଅପରାଧିମାନଙ୍କୁ ଧରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି । ତେବେ ଅନ୍ୟନ୍ୟ ଅପରାଧିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଉଦ୍ୟମ ଜାରି ରହିଛି ବୋଲି ପୁଲିସ କହିଛି ।