OnaKhabar

ଆଜି ପୀଠରେ ମହାସପ୍ତମୀ, ମଣ୍ଡପରେ ଚାଲିଛି ଷଷ୍ଠୀ ପୂଜା

88

ଭୁବନେଶ୍ୱର : ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ । ଶାରଦୀୟ ପୂଜା ପାଇଁ ଗାଁଠୁ ସହର ସବୁଠି ପାର୍ବଣର ମାହୋଲ । ଆଉ ମାତ୍ର କେଇ ଘଣ୍ଟା ପରେ ଧରାପୃଷ୍ଠରେ ଆବିର୍ଭାବ ହେବେ ମା’ ଦଶଭୂଜା । ଆଜି ହେଉଛି ମହାଷଷ୍ଠୀ।
ସେପଟେ ମା’ଙ୍କ ଆଗମନ ପାଇଁ ପ୍ରସ୍ତୁତ ସବୁ ପୂଜା ମଣ୍ଡପ । ସୁଉଚ୍ଚ ତୋରଣ ସାଙ୍ଗକୁ ମନଲୋଭା କାରୁକାର୍ଯ୍ୟରେ ଝଲସୁଛି ସବୁ ପୂଜା ମଣ୍ଡପ । ଏହାସହ ପୂଜା ମଣ୍ଡପକୁ ଆହୁରି ଆକର୍ଷଣୀୟ କରିବାକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଲାଇଟ୍ ରେ ସାଜସଜ୍ଜା ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ସବୁ ଦେବୀପୀଠରେ ଚାଲିଛି ମା’ଙ୍କ ଷୋଡଶ ଉପଚାର ନୀତି । ଆଜି ପୀଠଗୁଡିକରେ ସମସ୍ତ ରୀତିନୀତି ଅନୁସାରେ ସପ୍ତମୀ ପୂଜା ହେଉଛି । ପ୍ରତିଦିନ ମା’ଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେଉଛି । ମା’ଙ୍କ ବେଶ ଦେଖିବାକୁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଛି ।

Comments are closed.