OnaKhabar

୩ ମାସ ପୂର୍ବରୁ କରିଥିଲେ ପ୍ରେମ ବିବାହ କରିଥିବା ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

2,102

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନଈରୀ ପଚାଂୟତର ସାନ-ନଈରୀ ଗାଁରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଘର ଭିତରୁ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରା ଯାଇଛି । ମୃତକ ଦୁଇ ଜଣ ହେଲେ ନଈରୀ ଗାଁର ସନା ସାହୁ ଓ ତାଙ୍କ ସ୍ତ୍ରୀ ଶିବାନୀ ସାହୁ । ତେବେ ଗତ ୩ ମାସ ତଳେ ଉଭୟ ପ୍ରେମ ବିବାହ କରିଥିଲେ । ସାନ-ନଈରୀ ଗାଁରେ ଦୁହେଁ ଭଡାରେ ରହୁଥିଲେ । ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣା ପଡିଛି ।

ମାଓ କମାଣ୍ଡର ଆତ୍ମସମର୍ପଣ