OnaKhabar

୭ ବର୍ଷର ପିଲା ପଦାରେ ପରିସ୍ରା କରିବା କାରଣକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ, ଜଣେ ଶିଶୁ ମୃତ

681

ଭୋପାଳ: ଭୋପାଳର ସାଗାର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ବାହା ରେ ପରିସ୍ରା କରିବା ଭଳି ସାମାନ୍ୟ କଥାରୁ ଦୁଇଟି ପରିବାର ମଧ୍ୟରେ ମାଡ଼ଗୋଳ ଲାଗି ଜଣେ ୧୮ମାସର ଶିଶୁର ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଭାଙ୍ଗର ଗାଁ’ର ଉମେଶ ସିଂହ ନାମକ ଜଣେ ୭ ବର୍ଷିୟ ବାଳକ ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତାରେ ପରିସ୍ରା କରିବା କାରଣରୁ ବିବାଦର ସୂତ୍ରପାତ ହୋଇଥିଲା। ଉମେଶଙ୍କର ଅନ୍ୟତମ ପଡ଼ୋଶୀ ମନୋହର ସିଂହ ଏଥିରେ ଆପତ୍ତି କରି ଖବରଦାର କରି କହିଲେ କି, ତାଙ୍କ ପୁଅ ଯେମିତି ଆଉ ବାହାରେ ପରିସ୍ରା ନ କରେ। ଏଥିରେ ଉମେଶ ଓ ତାଙ୍କ ବାପା ଚିଡ଼ି ଯାଇଥିଲେ ବୋଲି ପୁଲିସ କହିଛି।କିଛି ସମୟ ପରେ ରାମ ଓ ଉମେଶ ବାଡ଼ି ଆଣି ମନୋହରଙ୍କୁ ପିଟିଲେ। ବାଡ଼ିଆପିଟା ସମୟରେ ମନୋହରଙ୍କର ୧୮ ମାସର ଶିଶୁ ଭଗବାନର ମୁଣ୍ଡରେ ମାଡ଼ ବସିବାରୁ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।