OnaKhabar

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

377

ବ୍ରହ୍ମପୁର:ବ୍ରହ୍ମପୁରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆଜି ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ କାର‌୍ୟ୍ୟକ୍ରମ ଅପରାହ୍ନରେ ଶେଷ ହୋଇଛି। ସକାଳେ ବ୍ରହ୍ମପୁର ଷ୍ଟାଡିୟମରେ ପ୍ଲାଷ୍ଟିକକୁ ନା କାର ବିଭିନ୍ନ ସ୍କୁଲର ଏନ ସି ସି କ୍ୟାଡେଟଙ୍କ ସହିତ ବିଭିନ୍ନ ସାମାଜିକ ଓ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟଙ୍କୁ ନେଇ ଶପଥ ଗ୍ରହଣ କରାଯାଇଥିଲା। ଏହି ଅବସରରେ ପ୍ଲାଷ୍ଟିକ ବଦଳରେ ସମସ୍ତଙ୍କୁ ଚକଲେଟ ପ୍ରଦାନ କରାଯାଇଥିଲା। ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ଏନ ସି ସି କମାଣ୍ଡର ଉପସ୍ଥିତ ଥିଲେ। ଏହି ଅବସରରେ ସ୍ବେଚ୍ଛାସେବୀ ତଥା ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ଫୋରମ ଫର ଗଞ୍ଜାମ, ବ୍ରହ୍ମପୁର ଟିମ କ୍ଲିନ ସିଟି, ରବିନ ହୁଡ ଆର୍ମି ଓ ସବୁଜ ବାହିନୀ ସଙ୍ଗଠନକୁ ବୃକ୍ଷ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ପରେ ଏନ ସି ସି କ୍ୟାଡେଟମାନଙ୍କୁ ନେଇ ଶୋଭାଯାତ୍ରା ଜରିଆରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।