OnaKhabar

କମିଲା ସୁନା ଦର: ମାସକ ଭିତରେ ୩ ହଜାର ହ୍ରାସ

5,172

ନୂଆଦିଲ୍ଲୀ : ଆଗକୁ ଆସୁଛି ବଡ଼ ପର୍ବ ଦଶହରା । ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିବା ଖବର ଗ୍ରାହକମାଦଙ୍କୁ କିଛି ମାତ୍ରାରେ ଆନନ୍ଦିତ କରିଛି । ଗତ ଦୁଇ ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ୯୦୦ ଟଙ୍କା କମିଥିବା ସୂଚନା ରହିଛି । ସେହିପରି ରୌପ୍ୟ ଦର ହ୍ରାସ ପାଇ କିଲୋ ପିଛା ୪୪,୦୫୬ ଟଙ୍କାରେ ପହଞ୍ଚିଛି ।

ତେବେ ଏଠାରେ ସୂଚନାଯୋଗ୍ୟ, ମାସେ ତଳେ ସୁନା ଦର ୩୯,୮୮୫ ଟଙ୍କା ରହିଥିବା ବେଳେ ଏହା ବାରମ୍ବାର ହ୍ରାସ ପାଇଁ ଏବେ ୩୬,୮୧୧ ଟଙ୍କାରେ ପହଞ୍ଚିଛି। ମାସକ ମଧ୍ୟରେ ୩ ହଜାର ଟଙ୍କା ଦର କମିବା ପରେ ଗ୍ରାହକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ସେହିପରି ସୁନା ଦର ଗତମାସ ୫୧,୪୮୯ ଥିବା ବେଳେ ମାସେ ମଧ୍ୟରେ ୭,୪୦୦ ଟଙ୍କା ହ୍ରାସ ପାଇ ୪୪,୦୫୬ ଟଙ୍କାରେ ପହଞ୍ଚିଛି। ଆଜି ସୁନା ଦର ମାତ୍ର ୩୮ ଟଙ୍କା ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ମାସ ସୁନା ଦର ବୃଦ୍ଧି ପାଇବାର ମାସ ହୋଇଥିବା ବେଳେ ଅକ୍ଟୋବର ମାସ ଦର ହ୍ରାସର ମାସ ପାଲଟିଛି ।