OnaKhabar

ଏଥର ରାଜଧାନୀରେ ୧୭୦ମେଢ

ଭୁବନେଶ୍ୱର: ଏଥର ରାଜଧାନୀରେ ୧୭୦ମେଢ। ଦୁର୍ଗାପୂଜା ସୁନା ଓ ଚାନ୍ଦି ମେଢ ପାଇଁ ପ୍ରସିଦ୍ଧ ଟ୍ୱିନ ସିଟି । କଟକ ଭୁବନେଶ୍ୱରରେ ଦଶହରା ମେଢ ଦେଖିବାକୁ ଅନେକ ଭକ୍ତଙ୍କ ସମାଗମ ହୁଏ । ଏହି ଜନଗହଳିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ଟ୍ୱିନ ସିଟିରେ ୬୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଆଉ ୭ଦିନ ପରେ ଦୁର୍ଗାପୂଜା । ଦୁର୍ଗାପୂଜା ଟ୍ୱିନ ସିଟିର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇସାରିଛି ଦୁର୍ଗାପୂଜା ପ୍ରସ୍ତୁତି । ଆଜି ନବରାତ୍ରୀର ତୃତୀୟ ଦିନ । କେତେକ ସ୍ଥାନରେ ଅଷ୍ଟମୀରୁ ମାଁଙ୍କ ପୂଜା ଆରମ୍ଭ ହୋଇଥାଏ । ଦୂର୍ଗାପୂଜାରେ ଶାନ୍ତି ବଜାୟ ରଖିବା ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀରେ ଚଳିତ ବର୍ଷ ୧୭୦ଟି ମେଢ, ୫ଟି ସ୍ଥାନରେ ରାବଣ ପୋଡ଼ି । ପୂଜା ପାଇଁ ଟ୍ରାଫିକ ଆଡଭାଇଜରି ଜାରି ହେବା ସହ କଟକଣା କଡ଼ାକଡ଼ି କରାଯିବ । ରାପିଡ ଆକ୍ସନ ଫୋର୍ସ ଓ ସ୍ୱତନ୍ତ୍ର କମାଣ୍ଡୋ ୟୁନିଟ୍‌ ବି ନିୟୋଜିତ ହେବେ । ବନ୍ଧୁକଧାରୀ ପୋଲିସ ସୁନା ଓ ଚାନ୍ଦି ମେଢ଼ ମଣ୍ଡପରେ ରହିବେ ।