OnaKhabar

୩ଚୋରଙ୍କୁ ରାତିସାରା ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରି କରିଥିବା ଅଭିଯୋଗରେ ତିନିଜଣ ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ ମାରିଛନ୍ତି ।
ସୂଚନା ଅନୁଯାୟୀ, ସିଂଲା ଥାନା ଅନ୍ତର୍ଗତ ଶ୍ୟାମାରାଇପୁର ଗ୍ରାମରେ ତିନିଜଣ ଚୋର ରବିବାର ରାତିରେ ଚୋରି ଉଦ୍ୟମ କରୁଥିଲେ । ଗ୍ରାମରେ ଏକ ଯାତ୍ରା ଚାଲିଥିବା ବେଳେ ସେମାନେ ଏକ ଘରେ ପଶିଥିଲେ । କିନ୍ତୁ ତାଙ୍କ ବେଳା ଖରାପ ଥିଲା । ସେମାନେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ । ଗ୍ରାମବାସୀ ସେମାନଙ୍କୁ ଧରି ବାନ୍ଧିବା ସହ ମାଡ ମାରିଥିଲେ । ଏପରିକି ଏହା ରବିବାର ରାତିର ଘଟଣା ହୋଇଥିବା ବେଳେ ରାତି ସାରା ଚୋରଙ୍କୁ ମାଡ ମାରିଥିଲେ ଗ୍ରମାବାସୀ । ପୁଲିସ ଖବର ପାଇ ସୋମବାର ସକାଳେ ଗ୍ରାମରେ ପହଁଚି ଚୋରଙ୍କୁ ଉଦ୍ଧାର କରିଥିଲା ।ରାତି ସାରା ଗ୍ରାମବାସୀ ମାଡ଼ ମାରି ଥିବାରୁ, ୩ଚୋରଙ୍କ ଶରୀରରେ ଆଘାତ ଲାଗିଥିଲା । ସେମାନଙ୍କୁ ବସ୍ତା ମେଡିକାଲରେ ଭର୍ତି କରାଯାଇଛି ।