OnaKhabar

ସଫେଇ କର୍ମଚାରୀଙ୍କ ପାଦଧୋଇ ସମ୍ମାନୀତ କଲେ ବିଧାୟକ

215

ନବରଙ୍ଗପୁର : ରାତି ପାହିଲେ ଯିଏ ସହରର ଗଳିକନ୍ଦି ସଫା କରିବା କାମରେ ଲାଗି ପଡ଼ନ୍ତି, ସେମାନେ କିନ୍ତୁ ନିଜେ ଅବହେଳିତ। ସେମାନଙ୍କ ବିଷୟରେ ଭାବିବାକୁ କାହା ପାଖରେ ସମୟ ନ ଥାଏ। ସହରର ଅଳିଆ ଆବର୍ଜନାକୁ ସଫା କରିବା ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିବା ସଫେଇ କର୍ମଚାରୀଙ୍କୁ ସାଧାରଣତଃ ସମସ୍ତେ ଭଲ ଦୃଷ୍ଟିରେ ଦେଖି ନ ଥାନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଏଥିରେ ଦେଖାଦେଇଛି ବ୍ୟତିକ୍ରମ।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରି ସଫେଇ କର୍ମଚାରୀଙ୍କ ପାଦ ଧୋଇ ତାଙ୍କୁ ସମ୍ମାନିତ କରିଥିବା ଏକ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ରବିବାର ଡାବୁଗାଁରେ ଏକ ସ୍ୱତନ୍ତ୍ର ରାଲିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମନୋହର ରନ୍ଧାରି ଯୋଗଦେଇଥିଲେ। ଏହି ଅବସରରେ ପାପଡ଼ାହାଣ୍ଡି ଓ ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ କାର‌୍ୟ୍ୟରତ ସଫେଇ କର୍ମଚାରୀ ତୁଲସା ଭତ୍ରା, ସୁନାମଣି ନାଏକ, ଯୁଗ ଶିକ୍ରି ଓ ଦିଲ୍ଲୀପ ହରିଜନଙ୍କ ଗୋଡ଼ ଧୋଇ ବିଧାୟକ ସମ୍ମାନିତ କରିଥିଲେ। ତେବେ ତାଙ୍କର ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏ ନେଇ ବୁଦ୍ଧିଜୀବୀ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।