OnaKhabar

ଆରତୀ ଖୋଲିଲେ କ୍ରିଷ୍ଣାଙ୍କ ରାଜ

747

ମୁମ୍ବାଇ:ବହୁ ଦିନର ଅପେକ୍ଷା ପରେ ଆରମ୍ଭ ହୋଇଯାଇଛି ରିୟାଲିଟି ସୋ ବିଗ ବସ -୧୩ ।ଧମାକେଦାର ପ୍ରଦର୍ଶନ ସହ ଆରମ୍ଭ ହୋଇଯାଇଛି ଏହି ଶୋ । ସବୁବେଳେ ଭାଇ ଭଉଣୀଙ୍କ ସମ୍ପର୍କଟି ଟମ୍ ଆଣ୍ଡ ଜେରି ଭଳି ହୋଇଥାଏ ।ଭାଇ ର ସିକ୍ରେଟ ସବୁ ଭଉଣୀ ଜାଣିଥାଏ ଏବଂ ଭଉଣୀର ସିକ୍ରେଟ ମଧ୍ୟ ଭାଇ ଜାଣିଥାଏ ।ଏହି ଶୋ ରେ ମଧ୍ୟ ସେମିତି ଏକ ଘଟଣା ଦେଖିବାକୁ ମିଳିଛି । ଏହି ଶୋରେ ଗୋବିନ୍ଦାଙ୍କ ଭାଣେଜି ତଥା କମେଡିୟାନ କ୍ରିଷ୍ଣା ଅଭିଷେକଙ୍କ ଭଉଣୀ ଆରତୀ ସିଂହ ବିଗ ବସର ଶେଷ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିଥିଲେ ।କ୍ରିଷ୍ଣା ତାଙ୍କ ଭଉଣୀ ଆରତୀକୁ ଶୋ ରେ ଛାଡିବା ପାଇଁ ଆସିଥିଲେ ।ଆରତୀ ଟୁକୁର ଟୁକୁର ଗୀତରେ ନାଚି ଥିଲେ।
କ୍ରିଷ୍ଣା କହିଛନ୍ତି ଯେ,ଜଣେ ଭାଇ ସବୁବେଳେ ତା ଭଉଣୀ ର ଖୁସି ଚାହିଁ ଥାଏ ।ଭଉଣୀ ମାନଙ୍କୁ ଭଲ ଘର ଓ ପରିବାର ମିଳୁ ଏହା ଭାଇମାନଙ୍କ ଆଶା ରହିଥାଏ ।ବିଗ ବସରେ ସମସ୍ତଙ୍କୁ ତାଙ୍କ ଭଉଣୀଠୁ ସତର୍କ ରହିବାକୁ ହେବ ବୋଲି କ୍ରିଷ୍ଣା କହିଛନ୍ତି କାରଣ ତାଙ୍କ ଭଉଣୀ ବହୁତ ଚାଲାକ ଓ ଆଖ ପାଖରେ କିଏ କ’ଣ କହୁଛି ତାଙ୍କ ଭଉଣୀ ଜାଣି ଯାଆନ୍ତି ।କ୍ରିଷ୍ଣାଙ୍କର ଏହି କଥା ଶୁଣି ଆରତୀ ନିଜକୁ ସମ୍ଭାଳି ନପାରି ସମସ୍ତଙ୍କ ଆଗରେ ବିଗ ବସରେ ମଜା ମଜାରେ ତାଙ୍କ ଭାଇଙ୍କର ରାଜ ଖୋଲିଥିଲେ ।ଆରତୀ ଏହି ଶୋରେ ସଲମାନଙ୍କୁ କହିଥିଲେ ଯେ ୧୨ବର୍ଷ ହେଲା କ୍ରିଷ୍ଣା ଗୋଟେ ଅଣ୍ଡରୱେର ପିନ୍ଧୁଛନ୍ତି । ଏ ନେଇ କ୍ରିଷ୍ଣା କହିଥିଲେ ଯେ ସବୁ ପୋଲ ସେଠାରେ ଖୋଲିବା ଜରୁରୀ ନୁହେଁ ।ଏହାଶୁଣି ସଲମାନ କହିଥିଲେ ଯେ କେବଳ କ୍ରିଷ୍ଣା ନୁହେଁ ସେ ନିଜେ ମଧ୍ୟ ଏଭଳି ପରିସ୍ଥିତିରେ ଅଛନ୍ତି ।ସଲମାନ ମଧ୍ୟ ଗୋଟେ ମାତ୍ର କାଚ୍ଛା ଦୀର୍ଘଦିନ ହେଲା ପିନ୍ଧି ଆସୁଛନ୍ତି କାରଣ ଏହା ଆରାମ ଦାୟକ ହୋଇଥାଏ ବୋଲି ସଲମାନ କହିଥିଲେ । ବିଗ ବସ ଘରେ ଆରତୀଙ୍କୁ ପାରସ ଛାବଡା ପାର୍ଟନର ଭାବେ ମିଳିଛନ୍ତି ।ତାଙ୍କୁ ଘରେ ଲାଲ ରଙ୍ଗର ବେଡ ମିଳିଛି ।ଆରତୀଙ୍କୁ ରୋଷେଇ ଘରେ ବାସନ ମାଜିବାର କାମ ମିଳିଥିବା ବିଗବସ ରେ ଦେଖିବାକୁ ମିଳିଛି ।