OnaKhabar

ସାଂସଦ ଓ ବିଧାୟକଙ୍କ ମହାବିଦ୍ୟାଳୟ ପରିଦର୍ଶନ

246

ବ୍ରହ୍ମପୁର-: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଆଜି ଅଚାନକ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଗସ୍ତ କାଳରେ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସମେତ ଅଧିକାରୀ ଓ ଛାତ୍ର ନେତା ମାନେ ସାଙ୍ଗରେ ରହି ଏହି ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନରେ ରହିଥିବା ବିଭିନ୍ନ ସମସ୍ୟା ବୁଝିବା ସହିତ ସେଗୁଡିକର ସ୍ଥାୟୀ ପ୍ରତିକାର ନେଇ ଆଲୋଚନା କରିଥିଲେ। ଗସ୍ତ ସମୟରେ ଉଭୟ ସିନିଅର ଓ ଜୁନିଅର ମହାବିଦ୍ୟାଳୟ ପରିଦର୍ଶନ ସହିତ ଖେଳପଡ଼ିଆର ସ୍ଥିତି ଅନୁଧ୍ୟାନ କରିବା ସହିତ ସେଠାରେ ଚାଲିଥିବା କାର୍ଯ୍ୟର ମନ୍ଥରତାକୁ ନେଇ ବିରକ୍ତି ଭାବ ପୋଷଣ କରିଥିଲେ। ଏବଂ ପୂର୍ତ୍ତ ବିଭାଗ ଓ ସମ୍ପୃକ୍ତ ଠିକାଦାରଙ୍କୁ ତୁରନ୍ତ ଉକ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିଲେ।