OnaKhabar

ଦେଶର ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକାରେ 4 ଓଡିଆ

1,758

ଭୁବନେଶ୍ୱର : ଦେଶର ଶକ୍ତିଶାଳୀ( ପାଓ୍ୱାରଫୁଲ) ବ୍ୟକ୍ତିମାନଙ୍କର ଏକ ତାଲିକା ପ୍ରକାଶ ପାଇଛି | ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କର ଦକ୍ଷତା, ଲୋକପ୍ରିୟତା ଓ ପ୍ରଭାବ ଉପରେ ଏକ ସର୍ଭେ କରାଯାଇଥିଲା | ଏକ ଜାତୀୟ ଗଣ ମାଧ୍ୟମ ପକ୍ଷରୁ ହୋଇଥିବା ଏହି ସର୍ଭେରେ 100 ଜଣ ଶକ୍ତିଶାଳୀ ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରକାଶ ପାଇଛି | ଏଥିରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଚାରପତି,ଚିତ୍ରତାରକା,ମୁଖ୍ୟମନ୍ତ୍ରୀ, ଅଫିସର,ବ୍ୟବସାୟୀ ପ୍ରଭୃତି ବିଭିନ୍ନ କ୍ଷେତ୍ରର ବ୍ୟକ୍ତିଙ୍କୁ ନେଇ ସର୍ଭେ କରା ଯାଇଥିଲା | ଏହି ସର୍ଭେରେ ଓଡିଶାର 4ଜଣ ସ୍ଥାନ ପାଇଛନ୍ତି | 2 ଜଣ ରାଜନୈତିକ ବ୍ୟକ୍ତି ଓ 2ଜଣ ଅଫିସର ଅଛନ୍ତି | ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଥର ପରି ଏଥର ମଧ୍ୟ ତାଲିକାର ଏକ ନମ୍ବରରେ ରହିଛନ୍ତି | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ବର୍ଷ ତୁଳନାରେ ଏଥର ର‌୍ୟାଙ୍କ ଉପରକୁ ଉଠିଥିଲା ବେଳେ ଏହି ତାଲିକାରେ ପୁଣି ସ୍ଥାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର‌୍ୟାଙ୍କ ଖସିଛି | ଏକଦା ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହେଉଥିବା ନବୀନ ଲଗାତର ଭାବେ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଛନ୍ତି | ଏହା ତାଙ୍କ ଲୋକପ୍ରିୟତାର ସବୁଠୁ ବଡ ମାପକାଠି , ହେଲେ ଜାତୀୟ ସ୍ତରରେ ଅନ୍ୟମାନେ ତାଙ୍କଠୁ ଶକ୍ତିଶାଳୀ ହେବାରେ ଟପି ଯାଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଭିତରେ ଯୋଗୀ ଆଦିତ୍ୟନାଥ ଶୀର୍ଷରେ ରହିଛନ୍ତି | ତାଙ୍କ ପରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଓ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ନବୀନଙ୍କ ର‌୍ୟାଙ୍କ ଗତଥର 30 ଥିଲା ବେଳେ ଏଥର 39କୁ ଖସି ଆସିଛି | ଆଉ 2 ଓଡିଆ ହେଲେ ପ୍ରଧାନମନ୍ତ୍ରୀଙ୍କ ସଚିବ ପ୍ରମୋଦ କୁପମାର ମିଶ୍ର ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ |

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସର୍ଭେରେ 32 ନଂ ର‌୍ୟାଙ୍କରେ ଥିଲା ବେଳେ ଏଥର ଏକାଥରେ ଜମ୍ପ ମାରିଛନ୍ତି 14 ରାଙ୍କକୁ | ତାଙ୍କୁ ବାଛିବା ପଛରେ ଦର୍ଶା ଯାଇଛି , ସେ ହେଉଛନ୍ତି ବିଜେପିର ଓଡିଶା ‘ଫେସ’ | ଓଡିଶାରେ ବିଜେପିର ସଙ୍ଗଠନକୁ ଗଢିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି | ମୋଦୀଙ୍କ ନୂତନ କ୍ୟାବିନେଟରେ ସେ ତାଙ୍କ ମନ୍ତ୍ରୀ ପଦ ବଜାୟ ରଖିବା ସହ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଶକ୍ତିଶାଳୀ ମନ୍ତ୍ରାଳୟ ପାଇଛନ୍ତି | ଓଡିଶା ବିଧାନସବା ନିର୍ବାଚନ ସମୟରେ ଲୋକଙ୍କୁ ଦାମୀ ଲୁଣ ଓ ଚାଉଳ ସାଧାରଣ ବଣ୍ଟନରେ ଦିଆଯିବ ବୋଲି ଗୋଷଣା କରିଥିଲେ | ଧର୍ମେନ୍ଦ୍ରଙ୍କ ଉକ୍ତ ଘୋଷଣା ଓଡିଶାରେ ବିଜେପିକୁ ପ୍ରମୁଖ ବିରୋଧୀ ଦଳ ଭାବେ ଆଣିବାରେ ସହାୟକ ହେଲା ବୋଲି କୁହା ଯାଇଛି | ଓଡିଶାରେ ବିଜେପି କିପରି କ୍ଷମତାକୁ ଆସିବ ସେ ଦିଗରେ ଧର୍ମେନ୍ଦ୍ର ଉଦ୍ୟମ ଜାରି ରଖିଛଥନ୍ତି | ଏହିସବୁ କାରଣ ପାଇଁ ଧର୍ମେନ୍ଦ୍ରଙ୍କୁ ଶକ୍ତିଶାଳୀ ବ୍ୟକ୍ତୁି ଭେବେ ବଛା ଯାଇଛି ଓ ତାଙ୍କ ର‌୍ୟାଙ୍କ ଆଗକୁ ଉଠିଛି |

ପ୍ରମୋଦ କୁମାର ମିଶ୍ର
ଆଉ ଜଣେ ଶକ୍ତିଶାଳୀ ଓଡିଆ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ପ୍ରମୋଦ କୁମାର ମିଶ୍ର | ଗତ ଥର ତାଙ୍କ ର‌୍ୟାଙ୍କ ଥିଲା 44 ଏଥର ସେ ସିଧା ଉଠିଛନ୍ତି 19କୁ | ବହୁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ସେ ପଛରେ ପକାଇଛନ୍ତି | ତାଙ୍କୁ 19 ର‌୍ୟାଙ୍କ ମିଳିବା ପଛରେ ସର୍ଭେ ସଂସ୍ଥା ଦର୍ଶାଇଛି ଯେ ମୋଦୀଙ୍କ ପରାମର୍ଶ ଦାତାଙ୍କ ମଧ୍ୟରେ ସେ ପ୍ରମୁଖ ଭାବରେ ରହିଛନ୍ତି | ତାଙ୍କୁ କ୍ୟାବିନେଟ ର‌୍ୟାଙ୍କ ମିଳିବା ସହ ପ୍ରମୁଖ ସଚିବ ପଦବୀ ଭଳି ସବୁଠାରୁ ଗୁରୁତ୍ୱପିର୍ଣ୍ଣ ପଦବୀ ମିଳିଛି | ଏନ୍ ମିଶ୍ରା ଙ୍କ ଯିବା ପରେ ପ୍ରମୋଦ ମିଶ୍ର ସିଧା ପ୍ରମୁଖ ସଚିବ ସ୍ଥାନକୁ ଆସି ପାରିଛନ୍ତି | ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲା ବେଳେ ସେ ତାଙ୍କ ସହ ରହି ଆସିଛନ୍ତି | ମୋଦୀଙ୍କର ଜଣେ ଖାସ ଅଧିକାରୀ ଭାବେ ସେ ପରିଗଣିତ ହୋଇଛନ୍ତି | ମୋଦୀଙ୍କ ବିଶ୍ୱାସ ଓ ଭରସାକୁ ସେ ଜିତି ପାରିଛନ୍ତି | ମନ୍ତ୍ରୀମଣ୍ଡଳରେ ଯେତେସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଏ ସବୁଥିରେ ସେ ଭାଗୀଦାର ହୋଇଥାନ୍ତି | ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଚଳାଇବାରେ ସେ ପ୍ରମୁଖ ଭୂମିକା ନେଉଛନ୍ତି ବୋଲି ଦର୍ଶା ଯାଇଛି |

ଶକ୍ତିକାନ୍ତ ଦାସ
ଏହି ଶକ୍ତିଶାଳୀ ତାଲିକାରେ ସ୍ଥାନ ପାଇଥିବା ଅନ୍ୟତମ ଓଡିଆ ହେଉଛନ୍ତି , ଆରବିଆଇ ଗର୍ଭନର ଶକ୍ତିକାନ୍ତ ଦାସ | ତାଙ୍କ ର‌୍ୟାଙ୍କ ହେଉଛି 29 | ତାଙ୍କୁ ବଛା ଯିବା ପଛରେ ଦର୍ଶା ଯାଇଛି ଯେ ,2018 ଡିସେମ୍ବରରେ ସେ ଦାୟିତ୍ୱ ନେବା ପରଠାରୁ ଆରବିଆଇ କୁ ଆଗକୁ ବଢାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି | ସୁଧହାର ହ୍ରାସ କରିଛନ୍ତି | ମୁଦ୍ରା ସ୍ଥିତି କୁ ବଜାୟ ରଖଇଚନ୍ତି | ଅର୍ଶ ମନ୍ତ୍ରଣାଳୟ ସହ ସମ୍ପର୍କ ମଧ୍ୟ ସମନ୍ୱୟ ରଖି ଆଗକୁ ବଢିବାରେ ସହାୟକ ହୋଇଛନ୍ତି | ନିକଟରେ ଆରବିଆଇ 1.76 ଲକ୍ଷ କୋଟି ଟଙ୍କା କେନ୍ଦ୍ରକୁ ଦେଇଛି | ମୁଦ୍ରାସ୍ଫିତିକୁ ରୋକିବା ପାଇଁ ସେ ପଦକ୍ଷେପ ନେଉଛନ୍ତି | ଇତିହାସର ଛାତ୍ର ହୋଇ ସେ ଅର୍ଥନିତୀକୁ କ୍ୟାରିଅର ଭାବେ ଗ୍ରହଣ କରି ସଫଳ ହୋଇଛନ୍ତି |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜାତୀୟ ସ୍ତରରେ ହୋଇଥିବା ଏହି ସର୍ଭେରେ ଆଉ ଜଣେ ଓଡିଆ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଏହି ସର୍ଭେରେ ସ୍ଥାନ ପାଇ ଚାଲିଚନ୍ତି | କିନ୍ତୁ ଏଥର ତାଙ୍କ ର୍ୟାହ୍କ 39କୁ ଖସି ଯାଇଛି | ଯଦିଓ ଗତଥର 100 ଶକ୍ତିଶାଳୀ ବ୍ୟକ୍ତିଙ୍କ ଭିତରେ ସେ 30ତମ ସ୍ଥାନ ଦଖଲ କରିଥିଲେ | ତାଙ୍କୁ ଏହି ର‌୍ୟାଙ୍କ ମିଳିବା ପଛରେ ଦର୍ଶା ଯାଇଛି ଯେ , ସେ ତାଙ୍କ ରାଜନୈତିକ କ୍ୟାରିଅରର ଭିତରେ ନିର୍ବାଚନ ହାରି ନାହାଂନ୍ତି | ଲଗାତାର ଭାବେ ପଂଚମ ଥର ପାଇଁ କ୍ଷମତାକୁ ଫେରିଛନ୍ତି | କେବଳ ଓଡିଶା ରାଜନିତୀରେ ନୁହଁ ଅନ୍ୟ ରାଜନିତୀରେ ମଧ୍ୟ ତାଙ୍କ ସମକକ୍ଷ ହୋଇ କେହି ଏପରି ସଫଳତା ପାଇ ପାରୁ ନାହାଁନ୍ଚତି | ତାଙ୍କ ସରକାର 2018ରେ ସଫଳତାର ସହ ବିଶ୍ୱ ହକି କପ୍ ଆୟୋଜନ କରି ପାରିଥିଲା | ଓଡିଶାକୁ ଦେଶର କ୍ରୀଡା ରାଜଧାନୀରେ ପରିଣତ କରିବା ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି | ବାତ୍ୟା ଫନିରେ ରେକର୍ଡ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି | ଓଡିଶାକୁ ଦେଶର ଷ୍ଟିଲ ହବରେ ପରିଣତ କରିବା ପାିଇଁ ସେ କେନ୍ଦ୍ର ସହ ମିଶି କାର୍ଯ୍ୟ କରିଛନ୍ତି | ଏହି ସବୁ କାରଣ ପାଇଁ ତାଙ୍କୁ ବଛା ଯାଇଛି |