OnaKhabar

ସଡ଼କ ଦୁର୍ଘଟଣାରେ ୩୬ ମୃତ

431

ବେଜିଂ: ରବିବାର ଚୀନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୬ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ପୂର୍ବ ଚୀନରେ ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ ଏକ୍ସପ୍ରେସ ୱେରେ ଟ୍ରକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଯାତ୍ରୀବାହୀ ବସ ପୂର୍ବ ଜିଆନସୁ ରାଜ୍ୟରେ ଶନିବାର ୬୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ବସ ଯାତ୍ରା କରୁଥିବା ବେଳେ ଏହାର ଏକ ଟାୟାରକୁ କ୍ଷତି ପହଞ୍ଚାଇଥିଲା । ସେହି ସମୟରେ ଏକ ବସର ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ଟ୍ରକକୁ ଧକ୍କା ଦେଇଥିଲା । ଚୀନରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ଏକ ସାଧାରଣ ଘଟଣା । ଲଗାମବିହୀନ ଟ୍ରାଫିକ ନିୟମ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୫ରେ ଚୀନରେ ସମୁଦାୟ ୫୮ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା ।