OnaKhabar

କାରଖାନାରେ ଲାଗିଲା ନିଆଁ, ୧୯ ମୃତ

493

ବେଜିଂ: ଚୀନର ପୂର୍ବାଞ୍ଚଳରେ ଘଟି ଯାଇଛି ଏକ ଦୁଃଖଦ ଘଟଣା | ଏକ କାରଖାନାରେ ନିଆଁ ଲାଗିବାରୁ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାର ଜଣା ପଡିଛି । ସ୍ଥାନୀୟ ପ୍ରଶାସନ ସୋମବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଥିବା ସନ୍ଦେହ କରାଯାଉଛି । ସେହିପରି ଅଗ୍ନିକାଣ୍ଡ ଯୋଗୁଁ ଆହୁରି ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି । ପୂର୍ବରେ ଥିବା ଝେନଜାଙ୍ଗ ରାଜ୍ୟର ନିଙ୍ଘାଇ କାଉଣ୍ଟିର ଏକ କାରଖାନାରେ ରବିବାର ଅଚାନକ ନିଆଁ ଲାଗିଥିଲା । ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ପ୍ରଶାସନ ତଦନ୍ତ କରୁଛି । ରୁଇକି ଡେଲି ନେସେସିଟି କଂପାନୀ ଦ୍ୱାରା ଏହି କାରଖାନା ପରିଚାଳିତ ହେଉଥିଲା ।

ତେବେ ଏହି ଦୁର୍ଘଟଣାରେ ୮ ଜଣ ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛି । କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ପରିଚାଳିତ ଚୀନ ମଙ୍ଗଳବାର ୭୦ତମ ବାର୍ଷିକୋତ୍ସବ ପାଳନ କରିବା ପୂର୍ବରୁ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି ।

ଏଠାରେ ସୂଚନାଯୋଗ୍ୟ, ଶନିବାର ରାତି ଏକ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ୩୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ମାର୍ଚ୍ଚରେ ଏକ କ୍ୟାମିକାଲ କାରଖାନାରେ ବିସ୍ଫୋରଣ ହେବାରୁ ୭୮ ଜଣ ଲୋକ ପ୍ରାଣ ହରାଇଥିଲେ । ସେହିପରି ୪ ମାସ ପରେ କେନ୍ଦ୍ରୀୟ ଚୀନରେ ଜୁଲାଇରେ ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା ।