OnaKhabar

ଶ୍ରୀକାନ୍ତ-ନିରଂଜନ କୋଳାକୋଳି

618

ଭୁବନେଶ୍ୱର  (ଓଏନଏ): ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ  ଦେବା ଅବସରରେ କୋଳାକୋଳି ହେବା ଭିଡ଼ିଓ ଭାଇରାଲ ହେବା ପରେ ତାକୁ ନେଇ ଏବେ ରାଜନୈତିକ ଚର୍ଚା  ଜୋର ଧରିଛି। ରାଜନୀତିରେ କିଛି ଅସମ୍ଭବ ନୁହେଁ ବୋଲି ଅନେକ କ୍ଷେତ୍ରରେ ଦେଖାଯାଇ ଆସିଅଛି। ଶ୍ରୀକାନ୍ତଙ୍କର  ଯେ  ଘର ବାହୁଡ଼ା ନ ହେବ ଏକଥା କେହି କହିପାରିବେ ନାହିଁ  ବୋଲି ମଧ୍ୟ ଆଲୋଚନା ହେଉଛି। କାରଣ କଂଗ୍ରେସରୁ ବିଦା ହେବା ପରେ ସେ ଏଯାଏଁ ଅନ୍ୟ କୌଣସି ଦଳରେ େଯାଗ ଦେଇ ନାହାଁନ୍ତି।

ଏକ ସାମାଜିକ କାର୍ଯ୍ୟକ୍ରମରେ ଅନେକ ରାଜନୈତିକ ନେତା ଯୋଗ  ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ଜେନା ଓ ନିରଂଜନ ପଟ୍ଟନାୟକ ମଧ୍ଯ େଯାଗ ଦେଇଥିଲେ। ଉଭୟ ପରସ୍ପରକୁ ଦେଖଲା ପରେ ହାଲୋ ହାଏ ଭିତରେ ସମ୍ପର୍କ  ସୀମିତ ହୋଇ ରହି ନ ଥିଲା କି କେବଳ ହାତ ମିଳାଇବା ଭିତରେ ମଧ୍ୟ  ଅଟକି ନ ଥିଲା। ପରସ୍ପର ଯେଉଁଭଳି ଭାବରେ କୋଳାକୋଳି ହେଲେ ସେଥିରେ ଉଭୟଙ୍କ ଭିତରେ ଗଭୀର ବନ୍ଧୁତା ଥିବା ପରିଲକ୍ଷିତ ହେଉଥିଲା। ସେଠାରେ ଉପସ୍ଥିତ ଥିବା ଅନେକ ନେତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ଦୁଇ ନେତାଙ୍କ ଭିତରେ ଯେଉଁଭଳି ଭାବରେ ତିକ୍ତ ସମ୍ପର୍କ ରହିଛି ତାହା କାହାକୁ ଅଛପା ନାହó। କଂଗ୍ରେସରୁ ଶ୍ରୀକାନ୍ତ ବିଦା ହେବା ପଛରେ ନିରଂଜନଙ୍କ ହାତ ବୋଲି ସେ ନିଜେ ଖୋଲାଖୋଲି ଗଣମାଧ୍ଯମରେ କହିଛନ୍ତି। ସେତେବେଳେ ସେ ସିଧାସଳଖ ନିରଂଜନଙ୍କୁ କଟୁ ସମାଲୋଚନା ମଧ୍ୟ  ଏଥିନେଇ କରିଥିଲେ। ଏପରି କି ବାଲେଶ୍ବରରେ ନିରଂଜନଙ୍କ ପୁଅ ଲୋକସଭା ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ହରାଇବା ପାଇଁ ଶ୍ରୀକାନ୍ତ ତାଙ୍କର ପୁରୁଣା ନିର୍ବାଚନମଣ୍ଡଳୀ ଭାବେ ସେଠାରେ ଯାଇ ବିରୋଧରେ ପ୍ରଚାର କରିଥିଲେ। ପଟ୍ଟନାୟକ ପରିବାର ପ୍ରତି ଶ୍ରୀକାନ୍ତଙ୍କ ଘୃଣାଭାବ ବେଶ ଉତ୍କଟ ।

କୁହାଯାଏ ଜୟଦେବ ଜେନା ପିସିସି ସଭାପତି ଥିଲା ବେଳେ ଶ୍ରୀକାନ୍ତ ଷଡ଼ଯନ୍ର କରି ସୌମ୍ୟରଂଜନ ପଟ୍ଟନାୟକଙ୍କୁ କଂଗ୍ରେସରୁ ବିଦା କରିଥିଲେ। ସୌମ୍ୟଙ୍କ କଂଗ୍ରେସ ବିଦା ହେବା ପଛରେ ଶ୍ରୀକାନ୍ତଙ୍କ ପ୍ରଚ୍ଛନ୍ନ ହାତ ଥିଲା ବୋଲି କୁହାଯାଏ। ଏ କ୍ଷେତ୍ରରେ ଯେ ତେବେଳେ ଶ୍ରୀକାନ୍ତ କଂଗ୍ରେସରୁ ବିଦା ହେଲେ ସେ ସମୟରେ କୁହାଗଲା ନିରଂଜନ ଭାଇର ପ୍ରତିଶୋଧ ନେଲେ। ଶ୍ରୀକାନ୍ତ  ମଧ୍ୟ  ନିରଂଜନଙ୍କୁ ଦାୟୀ କରିବା ସହ କଂଗ୍ରେସକୁ ବିପର୍ଯ୍ୟୟ ଆଡ଼କୁ ନେବା ପଛରେ ହାତ ଥିବା ନେଇ ଅଭିେଯାଗ କରିଥିଲେ। ରାଜନୀତିରେ ଶ୍ରୀକାନ୍ତ ଓ ନିରଂଜନଙ୍କ କଳି ଅତି ପୁରୁଣା। କେହି କାହାରି ଶିରି ଦେଖି ପାରନ୍ତି ନାହିଁ । ଏଭଳି କ୍ଷେତ୍ରରେ ଆଲୋଚନା ହେଉଛି ନିରଂଜନ ଓ ଶ୍ରୀକାନ୍ତ ପୁଣି ଏକାଠି ହୋଇପାରନ୍ତି।

କାରଣ ଶ୍ରୀକାନ୍ତ ଯେତେବେଳେ କଂଗ୍ରେସରେ ଥିଲେ ସେ ସମୟରେ ବି ନିରଂଜନଙ୍କ ସହ ତାଙ୍କର ତିକ୍ତତା ଜୋରଦାର ଥିଲା। ଏହା ସେ ନିର୍ବାଚନ ପୂର୍ବରୁ ନିରଂଜନ ଯେତେବେଳେ ତାଙ୍କର ପଦଯାତ୍ରା କାର୍ଯ୍ୟକ୍ରମ ଗ୍ରହଣ କଲେ ସେତେବେଳେ ପ୍ରଥମେ ଶ୍ରୀକାନ୍ତଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ବାଲେଶ୍ବରରୁ ଆରମ୍ଭ କରିଥିଲେ। ଏଥିରେ ଶ୍ରୀକାନ୍ତଙ୍କୁ ନେଇ ନିରଂଜନ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ। ଏକାଠି ଗୋଟିଏ ବସରେ ଉଭୟ ଯାଇଥିଲେ। କଂଗ୍ରେସ ଆସିଲେ ନିରଂଜନ ମୁଖ୍ୟମନ୍ରୀ ହେବେ  ଏକଥା ମଧ୍ଯ ଶ୍ରୀକାନ୍ତଙ୍କ ମୁହଁରୁ ବାଲେଶ୍ବରର ବିଭିନ୍ନ ସଭାରେ ଶୁଣିବାକୁ ମିଳିଥିଲା। ଲଙ୍କାପୁରରେ ହରି ଶବ୍ଦ ଭଳି ଶ୍ରୀକାନ୍ତଙ୍କ ମୁହଁରେ ନିରଂଜନଙ୍କ ପ୍ରଶଂସା ଦେଖାଯାଇଥିଲା।

ନିରଂଜନଙ୍କ ଉପରେ ଏଆଇସିସି ପୁଣି ଭରଷା କରିଥିବାରୁ ସେ ଦଳକୁ ଏକାଠି କରିବା ପାଇଁ ହୁଏତ ଶ୍ରୀକାନ୍ତଙ୍କ ଭଳି ଘରୁ ବିଦାହୋଇଥିବା ନେତାଙ୍କୁ ବାହୁଡ଼େଇବାକୁ ଉଦ୍ୟମ କରୁଥାଇ ପାରନ୍ତି ବୋଲି କୁହାଯାଉଛି। ହେଲେ ଭବିଷ୍ୟତ କହିବ ଶ୍ରୀକାନ୍ତଙ୍କ ଘରବାହୁଡ଼ା ହେଉଛି କି ନାହିଁ ।