OnaKhabar

ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

111

 ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବ
 ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲକୁ
ପରାମର୍ଶ
 ସେଲ୍ ଅଧୀନରେ ଥିବା ସ୍ଥାନୀୟ ଖଣିଜ ଦ୍ରବ୍ୟକୁ କଂଚାମାଲ ଭାବେ ଉପେଯାଗ କରି
ରାଉରକେଲାର ଅର୍ଥନୀତିକୁ ଦୁଇଗୁଣା କରାଯିବାର ଲକ୍ଷ୍ୟ

ରାଉରକେଲା : ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର ବନାଇବାର
ମଧ୍ୟ ଲକ୍ଷ୍ୟ ରହିଛି | ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବାର ଯୋଜନା ପ୍ରସ୍ତୁତ
କରାଯାଇଛି | ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲ୍କୁ
ପରାମର୍ଶ ଦିଆଯାଇଛି | ରାଉରକେଲାର ସ୍ଥାନୀୟ ଖଣିଜ ଦ୍ରବ୍ୟକୁ କଂଚାମାଲ ଭାବେ ଉପେଯାଗ କରି
ରାଉରକେଲାର ଅର୍ଥନୀତିକୁ ଦୁଇଗୁଣା କରିବାର ଆବଶ୍ୟକତା ରହିଛି | କେନ୍ଦ୍ର ଇସ୍ପାତ ମନ୍ରୀ ଭାବରେ ଦାୟିତ୍ବ ନେବା ପରେ ରାଉରକେଲା ଷ୍ଟିଲ୍ ପ୍ଲାଂଟ ବୁଲି ଦେଖିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ୍ ଶିଳ୍ପ ବିଶ୍ବରେ ଗୋଟିଏ ଚ୍ୟାଲେଞ୍ଜିଂ ସମୟରେ ଗତି କରୁଛି ା ଏହା ଭିତରେ ମଧ୍ୟ ଭାରତୀୟ ଇସ୍ପାତ୍ ଶିଳ୍ପକୁ ପ୍ରାସଙ୍ଗୀକ କରି ରଖିବା ତଥା ସେଲକୁ ପ୍ରାସଙ୍ଗୀକ କରି ରଖିବା ସରକାରଙ୍କ ପ୍ରମୁଖ ଦାୟିତ୍ବ | ସେଥିପାଇଁ ସେଲର ଭାୟାବିଲ୍ିଟି ଅଧିକ ହେଉ ତା ପାଇଁ ବିଭିନ୍ନ ପଦକ୍ଷେପ ଭାର ସରକାର ଗତ ୫ ବର୍ଷରେ ନେଇଛନ୍ତି ଏବଂ ଆଗାମୀ ଦିନ ପାଇଁ ମଧ୍ୟ େଯାଜନା ପ୍ରସ୍ତୁତ କରାଯାଇଛି |
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତରେ ଷ୍ଟିଲ୍ ଉତ୍ପାଦନର କ୍ଷମତା ଆଜି ଦିନରେ ୧୪୦
ଥିଲାବେଳେ ତାହାକୁ ବୃଦ୍ଧି କରି ୩୦୦ କରିବାର େଯାଜନା କରାଯାଇଛି | ରାଉରକେଲା ଷ୍ଟିଲ୍ ପ୍ଲାଂଟକୁ ସଂପ୍ରସାରଣ କରାଯିବାର େଯାଜନା ମଧ୍ୟ ଏହାରି ମଧ୍ୟରେ ରହିଛି | ଆଜିର ପ୍ଲାଟର େଯଉଁ କାମ ଅସମ୍ପୂର୍ଣ୍ଣ ଅଛି ସେଗୁଡିକୁ ମଧ୍ୟ ପୂରଣ କରାଯିବ, ନୂଆ କ୍ଷମତା ବିଶିଷ୍ଟ କରାଯିବ |
୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଅନେକ ଖଣିକୁ ନିଲାମ କରାଯିବା ପାଇଁ ଭାରତ ସରକାର ନିଷ୍ପତି
ନେଇଥିବା ବେଳେ ଓଡିଶା ଭଳି ରାଜ୍ୟରେ ସେକେଣ୍ଡାରୀ ସେକ୍ଝରକୁ ମିନେରାଲ୍ ରିସୋର୍ସ କିପରି ଉବଲବ୍ଧ ହେବ ତାହା ଚିନ୍ତାର ବିଷୟ | ପ୍ରଥମେ ସେଲ୍ ନିଜ ଆବଶ୍ୟକତା ପୂରଣ କରିବା ସହ ନିଜ ଉତ୍ପାଦନର ୨୫
ପ୍ରତିଶତ ଅଧିକ ଉତ୍ପାଦନର କରିବାର ନିତିଗତ ନିଷ୍ପତି ସେଲ୍ ପକ୍ଷରୁ କରାଯାଇଛି | ସେଲ୍ ପାଖରେ ପାଖାପାଖି ୭୦ ମିଲିୟନ ମେଟ୍ରିକ୍ ଟନର୍ ଲୋଗ୍ରେଡ୍ ଆଇରନ ଫାଇନ୍ସ ଉପଲବ୍ଧ ଅଛି | ଏହି ଲୋଗ୍ରେଡ୍ ଆଇରନ୍ ଫାଇନସକୁ ଭଲ୍ୟୁ ଆଡିସନ କରି ବଜାରରରେ ବିକ୍ରି କରିବାକୁ ଅନୁମତି ଦିଆଯାଇଛି |
ରାଉରକେଲାର ଷ୍ଟିଲ୍ କାରଖାନା ପାଖାପାଖି ୪ ଲକ୍ଷ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନର କରୁଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି ା ସେହିପରି ଆଗାମୀ ଦେଢ ବର୍ଷ ଭିତରେ ରାଉରକେଲାର ସ୍ଥାନୀୟ ଖଣିଜକୁ କଂଚାମାଲ ଭାବେ ଉପେଯାଗ କଲେ ରାଉରକେଲାର ଅର୍ଥନୀତି ଦୁଇ ଗୁଣା ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି | ଓଡିଶାରେ ରାଉରକେଲା ଏକ ବଡ ମାନୁଫ୍ୟାକ୍ଝରିଂ ହବ ହେବ ବା ନେଇ ଲକ୍ଷ୍ୟ ରହିଥିବା ବେଳେ ଏହି ଦୁଇଟି ନିଷ୍ପତି ରାଉରକେଲା ଅର୍ଥନୀତିକୁ ମଜବୁତ୍ କରିବ ବୋଲି ସେ କହିଛନ୍ତି |
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲାରେ ପାଖାପାଖି ୩୨ ହଜାର ଏକର ଜମି ରାଉରକେଲା ଷ୍ଟିଲ୍ ପ୍ଲାଂଟ ପାଇଁ ରହିଛି | ତେବେ ରାଉରକେଲାର ଷ୍ଟିଲ୍ ପ୍ଲାଟର ସଂପ୍ରସାରଣ ପାଇଁ ଜମିର ଆବଶ୍ୟକତା ଅଛି | ରାଉରକେଲାର ବସ୍ତି ଲୋକଙ୍କୁ ପ୍ରଧାନମନ୍ରୀ ସହରୀ ଆବାସ େଯାଜନାରେ ଘର ଉପଲବ୍ଧ କରାଇବାରେ ଯାଜନା ମଧ୍ୟ ପ୍ରସ୍ତାବ ଦିଆଯାଇଛି | ବସ୍ତି ଲୋକଙ୍କ ପାଇଁ ସେଲ୍ ଓ ରାଜ୍ୟ ସରକାର ମିଳିତ ଭାବରେ ଦାୟିତ୍ବ ନେବାର ଆବଶ୍ୟକତା ରହିଛି |