OnaKhabar

ବଜ୍ରାଘାତରେ ଜଣେ ମୃତ

48

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମାଲପଡ଼ାରୁ ଷ୍ଟେସନ ପାଖରେ ଥିବା ମଦନ ଗୁଡିଆ ବଗିଚା ପାଖରେ ବ୍ରଜଘାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଯୁବକଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତିି । ମୃତକ ଜଣଙ୍କ ମାଲପଡା ନିବାସୀ ସୁଧା ଦାସଙ୍କର ପୁଅ ଶୀବାସିଷ ଦାସ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଶନିବାର ତିନି ଜଣ ସାଙ୍ଗ ବଗିଚା ଭିତରକୁ କୌଣସି କାମରେ ଯାଇଥିଲେ । ହଠାତ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ମାଡି ଆସିବାରୁ ସେମାନେ ଘର ଅଭିମୁଖେ ବାହାରିଥିଲେ । ଠିକ ସେହି ସମୟରେ ହିଁ ବଜ୍ରପାତ ଘଟି ବେଟୁନଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଅନ୍ୟ ଦୁଇଜଣ ସାଙ୍ଗ ସାମାନ୍ୟ ଆହାତ ହୋଇଛନ୍ତି । ଏହି ଘଟଣା ପରେ ସମଗ୍ର ମାଲପଡାରେ ଶୋକର ଛାୟା ଖେଳି ଯାଇଛି ।

ହୀରାକୁଦର ୧୦ଟି ଗେଟ୍ ଖୋଲିଲା