OnaKhabar

ଅକ୍ଟୋବର ମାସ କିପରି ରହିବ ସିଂହ ରାଶି ବ୍ୟକ୍ତିଙ୍କ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା ……

143

ସିଂହ : ଆପଣଙ୍କର ଏମାସର ପ୍ରଥମାର୍ଦ୍ଧ- ଆଂଶଙ୍କା ଓ ଅସ୍ଥିରତା ମଧ୍ୟରେ କଟିବ । ଖାଦ୍ୟ ପେୟରେ ସତର୍କ ନରହିଲେ ସ୍ୱାସ୍ଥ୍ୟ ହାନୀ ହେବ । ସର୍ବଦା ଉଦାସ ଓ କ୍ରୋଧ ଭାବ ମନରେ ରହିବ । ଆୟ ଅବ୍ୟାହତ ରହିବା ସଙ୍ଗେ ସଙ୍ଗେ ବ୍ୟୟାଧିକ ମଧ୍ୟ ରହିବ । ପାରିବାରିକ ଜୀବନ ଓ ଚାକିରୀରେ ସ୍ଥିରତା ରହିବ । କୌଣସି ଉଲ୍ଲେଖନୀୟ ଘଟଣା ଘଟିବ ନାହିଁ । ବ୍ୟବସାୟରେ ମନ୍ଥରତା ପରିଲଖିତ ହେବ । ବିଦ୍ୟାର୍ଥୀମାନେ ଅସ୍ଥିର ମନଦେଇ ଅଧ୍ୟୟନରତ ରହିବେ ।
ମାସର ଦ୍ୱତୀୟାର୍ଦ୍ଧରେ ଉତମ ଫଳ ପ୍ରାପ୍ତୀ ହେବ । ଦେହ ଓ ମନ ସୁସ୍ଥ ରହିବ । କର୍ମରେ ଅଗ୍ରଗତି ଓ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ । ରାଜନୀତିରେ ନେତାମନେ ଉଚ୍ଚାଶୀନ ହେବେ । ଉତମ ଆୟ ସହ ପାରିବାରିକ ସୌଖ୍ୟ ଅତୁଟ ରହିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ଯଶ ପ୍ରାପ୍ତି ଯୋଗ ଅଛି । ବ୍ୟବସାୟୀମାନେ ଲାଭବାନ ହେବେ । ଶୀକ୍ଷାର୍ଥୀମାନେ ଅଧ୍ୟୟନରେ ଅଗ୍ରଗତି ପାଇଁ ପ୍ରଶଂସା ପାଇବେ । ଶୁକ୍ରବାର ଓ ଶନିବାର ସତର୍କତା ଶୁଭ ।
ରିଷ୍ଟ ଖଣ୍ଡନ ପାଇଁ ସୂର୍ଯ୍ୟ ଗାୟତ୍ରୀ କିମ୍ବା- ସୂର୍ଯ୍ୟାଷ୍ଟକ ୩ଥର ପାଠ କରି ଜଳ ଅର୍ଘ୍ୟ ସହ ସୂର୍ଯ୍ୟଙ୍କୁ ନମସ୍କାର କରିବେ । ଗହମ , ଗୁଡ଼ ଓ ତମ୍ଭାମୁଦ୍ରା ମଧ୍ୟ ବୟସ୍କ ଗରିବ କ୍ଷତ୍ରିୟ ଜାତିର ବ୍ୟକ୍ତିଙ୍କୁ ଲାଲ ବସ୍ତ୍ର ସହ ଦାନ ଶୁଭହେବ । ଶୁଭରତ୍ନ ମାଣିକ୍ୟ ଓ ଶୁଭରଙ୍ଗ ଲାଲ ।