OnaKhabar

ଯୋଧପୁରର ବାଲେସର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୩ ମୃତ

282

ଯୋଧପୁର: ଦେଶରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି ।ଏହି ପରିପ୍ରେକ୍ଷୀରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି | ଦିନ ଦ୍ୱିପହରରେ ଯୋଧପୁରର ଥାନା ବାଲେଶ୍ୱର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି।
ସିଟି ବସର ଟାୟାର ଫାଟିଯିବା ଯୋଗୁଁ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଜିପ୍​‌ରେ ବାଡ଼େଇ ହୋଇଥିଲା। ଜାତୀୟ ରାଜପଥ ୧୨୫ ଉପରେ ଏହି ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାହାଡରେ ପିଟି ହେଲା ଭାରତୀୟ ସେନାର ଚିତା ହେଲିକାପ୍ଟର, ସେନା ଅଧିକାରୀଙ୍କ ସମେତ ୨ ମୃତ