OnaKhabar

ଚଳନ୍ତା ବସରେ ଲାଗିଲା ନିଆଁ

103

ନବରଙ୍ଗପୁର: ନବରଙ୍ଗପୁରରେ ଏକ ଚଳନ୍ତା ବସରେ ନିଆଁ ଲାଗିବାଥିବା ଜଣାପଡିଛି | ସର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି ।
ଖବର ନେବାରୁ ଜଣାପଡିଛି ଯେ, ଆଜି ସକାଳେ ଚକାଡୋଳା ନାମକ ଏକ ଘରୋଇ ଦ୍ରୁତଗାମୀ ବସ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିଲା । ଉକ୍ତ ବସ ନବରଙ୍ଗପୁର ସର୍କିଟ ହାଉସ ନିକଟରେ ପହଞ୍ଚିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ବସ ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । କିନ୍ତୁ ନିଆଁ ଲାଗିଥିବାର ଦେଖି ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ତଳକୁ ଓହ୍ଲାଇ ଆସିଥିଲେ ।ପରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଏହାପରେ ନିଆଁକୁ ଆୟତ୍ତ କରାଯାଇଥିଲା । ବସରେ ନିଆଁ ଲାଗିବା ସମୟରେ କିଛି ସମୟ ଧରି ସେହି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଥିବାର ଦେଖିବାକୁ ମିଳିଥିଲା । ଫଳରେ ଶହ ଶହ ସଂଖ୍ୟାରେ ଗାଡ଼ି ମଟର ବି ରାସ୍ତାର ଉଭୟ ପାଖରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା।