OnaKhabar

ଜୁଡୋରେ ଓଡିଶାର ପ୍ରଥମ ଖେଳାଳି

551

ଭୁବନେଶ୍ୱର:ଇଂଲଣ୍ଡର ୱେଷ୍ଟ ମିଡଲାଣ୍ଡ ୱେଲ୍ସ ବିଶ୍ୱବିଦ୍ୟାଳୟ ଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟ ଗୋଷ୍ଠୀ ଜୁଡୋ ପ୍ରତିଯୋଗିତା । ଏହି ଖେଳରେ ଓଡିଆ ଖେଳାଳି ଭାବେ କିସ୍ ଛାତ୍ର ନିତ୍ୟ ମାଝି ପ୍ରଥମ ଓଡିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ସେଥିପାଇଁ ତାଙ୍କୁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହ ଜୁଡୋ ଆସୋସିଏସନ୍ର ସଭାପତି ପ୍ରିୟବ୍ରତ ପଟ୍ଟନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର, କୋଚ ସିଇଓ ଗୀତାଞ୍ଜଳି ପଣ୍ଡା ପ୍ରମୁଖ ନିତ୍ୟଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସଫଳତା କାମନା କରିଛନ୍ତି ।

ନିତ୍ୟ ମାଝିଙ୍କ ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ମୁରୁଡିମାହ ଗାଁରେ । ନିତ୍ୟ ୨୦୧୦ରେ କିସରେ ଯୋଗ ଦେଇଥିଲେ । ସେହି ସମୟରେ ଜୁଡୋର ପ୍ରଶିକ୍ଷଣ ନେଇ କ୍ୟାଡେଟ,ସବଜୁନିୟର,ଜୁନିୟର ଓ ଜାତୀୟ ଜୁନିୟର ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ । ନିତ୍ୟଙ୍କର ଏହି ଭଲ ପ୍ରଦର୍ଶନ ପାଇଁ ସେ ପ୍ରଥମ ଓଡିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।

Comments are closed.