OnaKhabar

ଆରପାରିରେ ବେଣୁ ମାଧବ

994

ହାଇଦ୍ରାବାଦ:ଯିଏ ସବୁବେଳେ ସମସ୍ତଙ୍କୁ ହସାଇଥାନ୍ତି ସେ ଏବେ ଆରପାରିରେ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ହାସ୍ୟ ଅଭିନେତା ବେଣୁ ମାଧବ । ସେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭେଣ୍ଟିିଲେଟର ରେ ରହି ଚିକିତ୍ସିତ ହେଉଥିବା ସମୟରେ ଆଜି ଦ୍ୱିପହର ୧୨ଟା୨୦ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୩୯ ବର୍ଷୀୟ କଳାକାର ବହୁଦିନ ଧରି ଯକୃତ ଓ ବୃକକ ଜନିତ ରୋଗରେ ପୀଡିତ ଥିଲେ । ବେଣୁ ମାଧବ ଜଣେ ସଫଳ ହାସ୍ୟ କଳାକାର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ବେଣୁଧର କେବଳ ତେଲୁଗୁ ନୁହେଁ ଓଡିଆ ଦର୍ଶକଙ୍କ ମଧ୍ୟରେ ବି ସେ ବେଶ ଲୋକପ୍ରିୟ ହେଇପାରିଥଲେ । ଫିଲ୍ମ ସମ୍ପ୍ରଦାୟ ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଣୁ ଖୁବ କମ ସମୟ ମଧ୍ୟୟରେ ଦର୍ଶକଙ୍କ ଭଲ ପାଇବା ସାଉଁଟିଥଲେ । ତେଲୁଗୁ ଫିଲ୍ମର ଓଡିଆ ଡବିଙ୍ଗରେ ଓଡିଆ ଦର୍ଶକ ମାନେ ତାଙ୍କ ଅଭିନୟକୁ ବେଶ ପସନ୍ଦ ମଧ୍ୟ କରିଥିଲେ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତା ରବି ତେଜା ଓ ବ୍ରହ୍ମନନ୍ଦମଙ୍କ ସହ ତାଙ୍କ କମେଡି ଅଭିନୟ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା । ତେବେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ବେଣୁ ମାଧବ କିଛି ଦିନ ହେଲା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁରେଇ ରହିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଲୋକପ୍ରିୟ ହାସ୍ୟ ଅଭିନେତାଙ୍କ ମୃତ୍ୟୁ ଯୋଗୁଁ ସାଉଥ ଇଣ୍ଡଷ୍ଟ୍ରିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି |