OnaKhabar

ସଲମାନ ଓ ଐଶ୍ୱର୍ଯ୍ୟା ରାୟଙ୍କର ବ୍ରେକର କାରଣ…

2,037

ମୁମ୍ବାଇ: ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ବିଷୟରେ ଜଣେ | ହେଲେ ଉଭୟଙ୍କର କିଛି କାରଣ ଯୋଗୁଁ ଝଗଡା ହୋଇଥିଲା ଓ ସମ୍ପର୍କ ଭାଙ୍ଗିଥିଲା।ସଲମାନଙ୍କର ଅନେକ ନାୟିକାଙ୍କ ସହ ଆଫାୟାର ରହିଆସିଛି। କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କର ପ୍ରତ୍ୟେକ ଆଫାୟାର ଅଳ୍ପ ଦିନ ମଧ୍ୟରେ ଭାଂଗି ଯାଇଥାଏ । ତେବେ ଐଶ୍ୱର୍ଯ୍ୟା ସଲମାନଙ୍କ ସହ ଏହି ୩ଟି କାରଣ ଯୋଗୁଁ ବ୍ରେକ୍‌ଅପ କରିଥିଲେ ।
୧. ସଲମାନଙ୍କ ଆଗ୍ରେସିଭ ସ୍ୱଭାବ – ସଲମାନଙ୍କର ଏହି ଗୁଣ ପାଇଁ ଐଶ୍‌ ଓ ତାଙ୍କ ମଧ୍ୟରେ ଅନେକ ଝଗଡା ହେଉଥିଲା। ସେ ରାଗିଲେ ଐଶ୍ୱର୍ଯ୍ୟାଙ୍କୁ ଗାଳି କରୁଥିଲେ, ଯେଉଁଥିପାଇଁ ସେ ଡରିଯାଉଥିଲେ। ଏଥିପାଇଁ ଉଭୟଙ୍କ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇଥିଲା।
୨. ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକେ ସଲମାନଙ୍କୁ ପସନ୍ଦ କରୁନଥିଲେ- ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ରିଲେସନଶିପ୍‌ରେ ଥିଲା ବେଳେ ଐଶ୍ୱର୍ଯ୍ୟା ଅଧିକାଂଶ ସମୟ ସଲମାନଙ୍କୁ ତାଙ୍କ ଘରକୁ ନେଇ ଯାଆନ୍ତି। ହେଲେ ତାଙ୍କ ମାଆ ବାପା ସଲମାନଙ୍କୁ ପସନ୍ଦ କରୁନଥିଲେ ଓ ସଲମାନଙ୍କ ବ୍ୟବହାର ସେମାନଙ୍କୁ ପସନ୍ଦ ନଥିଲା।
୩. ସଲମାନଙ୍କ ମଦ ପିଇବା ଅଭ୍ୟାସ- ସଲମାନଙ୍କର ମଦ ପିଇବାର ବହୁତ ଖରାପ ଅଭ୍ୟାସ ରହିଛି। ସେ ବହୁତ ଅଧିକ ମଦ୍ୟପାନ କରୁଥିଲେ। ଏହା ସେମାନଙ୍କ ସମ୍ପର୍କ ଭାଂଗିବାର ମୁଖ୍ୟ କାରଣ ଥିଲା। ପରେ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ହେଲେ ସଲମାନ ଏଯାଏଁ ବିବାହ କରିନାହାନ୍ତି |