OnaKhabar

ଛୁରି ଦେଖାଇ ଗଣଦୁଷ୍କର୍ମ, ଭିଡିଓ ହେଲା ଭାଇରାଲ

165

ଧର୍ମଗଡ: ରାଜ୍ୟରେ ଦୁଷ୍କର୍ମର ପରିମାଣ ଦିନକୁ ଦିନ ବଢି ଚାଲିଥିବା ବେଳେ ପୁଣି ଏକ ଅତି ଲଜ୍ଜା ଜନକ ଘଟଣା ଏବେ ସାମ୍ନାକୁ ଆସିଛି | ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ | କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯାଇଛି । ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲା । ଭିଡିଓ ଭାଇରାଲ ହେବା ପରେ ଆଜି ପୀଡିତା ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନାନୁଯାୟୀ, ଜୁନାଗଡ଼ରୁ ଭବାନୀପାଟଣା ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜାରିଙ୍ଗ ଜଙ୍ଗଲରେ ଏହି ଭିଡିଓ ସୁଟ୍‌ ହୋଇଥିବା ଅନୁମାନ କରାଯାଉଛି | ତେବେ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଜଣେ ଏଏନ୍ଏମ୍ ଛାତ୍ରୀ । ଘଟଣା ଦିନ ସେ ଭବାନୀପାଟଣାରୁ ନିଜ ଘରକୁ ଜଣଙ୍କ ସହ ଫେରୁଥିଲେ । ମାତ୍ର ଜାରିଙ୍ଗ ଜଙ୍ଗଲ ନିକଟରେ ୫ରୁ ୬ ଜଣ ଯୁବକ ତାଙ୍କୁ ଛୁରି ଦେଖାଇ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ । ଏହାପରେ ସେମାନେ ଗଣଦୁଷ୍କର୍ମ କରିଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି । ଭିଡିଓରେ ଦୁର୍ବୃତ୍ତମାନେ ନିଜ ମୁହଁ ଘୋଡ଼ାଇଥିବାରୁ ସେମାନଙ୍କ ପରିଚୟ ମିଳିବା ପୁଲିସ ପାଇଁ କଷ୍ଟସାଧ୍ୟ ହୋଇଛି ।