OnaKhabar

ଆଜି କରିନାଙ୍କ ଜନ୍ମଦିନ

1,275

ମୁମ୍ବାଇ: କରିନା କପୁର ଖାନଙ୍କର ଆଜି ଜନ୍ମଦିନ । ପ୍ରଖ୍ୟାତ କଳାକର ରଣଧୀର କପୁର ଓ ବବିତାଙ୍କ ବଡ ଝିଅ ହେଲେ କରିସ୍ମା ଓ ସାନ ଝିଅ କରିନା । ଏଇ ଦୁଇ ଭଉଣୀ ବଲିଉଡରେ ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । ବଲିଉଡର ଏକ ଚର୍ଚ୍ଚିତ ଭଉଣୀଙ୍କ ଯୋଡି ହେଲା କରିସ୍ମା କପୁର ଏବଂ କରିନା କପୁର । ଉଭୟେ ନାୟିକା ଭାବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । କରିନା କପୁର ପ୍ରଖ୍ୟାତ ନିର୍ମାତା – ନିର୍ଦ୍ଦେଶକ ଜେ.ପି ଦତ୍ତାଙ୍କ ଫିଲ୍ମ ରିଫ୍ୟୁଜି ରେ ହିରୋଇନ ଭାବେ ବଲିଉଡରେ ଡେବ୍ୟୁ କରିଥିବା ବେଳେ ତାଙ୍କ ଅପୋଜିଟରେ ଥିଲେ ଅଭିଷେକ ବଚ୍ଚନ । ରିଫ୍ୟୁଜି ପରେ କରିନା ଅଜନବୀ, କଭି ଖୁସି କଭି ଗମ, ରାୱନ , ବଡିଗାର୍ଡ, ଥ୍ରୀ-ଇଡିଅଟସ, ତଲାସ, ହଲଚଲ , ଜବ ଉଇ ମେଟ, ଗୋଲମାଲ ୩, ବୀର ଦା ୱଡିଂ ଓ ବଜରଙ୍ଗୀ ଭାଇଜାନ ଭଳି ସୁପରହିଟ ଫିଲ୍ମ ଦେଇ ଟପ ହିରୋଇନ ହୋଇଥିଲେ କରିନା । କରିନା ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିବା ପରେ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି । ଭଉଣୀ କରିସ୍ମା କପୁରଙ୍କ ସହ କରିନାଙ୍କର ସମ୍ପର୍କ ସବୁଠୁ ଭଲ ବୋଲି ଚର୍ଚ୍ଚା ହୁଏ ।

Comments are closed.