OnaKhabar

ବୋହୂକୁ ପିଟିଲେ ଅବସରପ୍ରାପ୍ତ ବିଚାରପତି: ଭିଡିଓ ହେଲା ଭାଇରାଲ୍‌

926

ହାଇଦ୍ରାବାଦ: ବିଚାରପତିଙ୍କୁ ଆମେ ସମସ୍ତେ ନ୍ୟାୟର ମୂର୍ତ୍ତି ବୋଲି ମାନିଥାଉ । କୌଣସି ପ୍ରକାରର ନିର୍ଯାତନାର ଶିକାର ହେଲେ ଜଣେ ନ୍ୟାୟ ପାଇବାକୁ ସର୍ବପ୍ରଥମେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାଏ । ଆଉ ବିଚାରପତିଙ୍କ ରାୟକୁ ସମ୍ମାନ ଜଣାଇ ଏହାକୁ ସ୍ୱୀକାର ମଧ୍ୟ କରି ନେଇଥାଏ । ଯଦି ସେହି ବିଚାରପତିଙ୍କ ଘରେ ଅନ୍ୟାୟ ହୁଏ, ତେବେ ନ୍ୟାୟ କିଏ ଦେବ ବୋଲି ଏବେ ପ୍ରଶ୍ନ ଉଠିଛି ।
ଏହି ଭିଡିଓରେ ଜଣେ ମହିଳାଙ୍କୁ କିଛି ଲୋକ ଘେରିଯାଇ ମାରପିଟ କରୁଛନ୍ତି। ତଳେ ପକାଇ ତାଙ୍କୁ ଅତି ଅମାନବୀୟ ଭାବେ ମାଡ଼ ମରାଯାଉଛି। ସେ ଯେତେ କାକୁତିମିନତି କଲେ ବି କେହି କର୍ଣ୍ଣପାତ କରୁ ନାହାନ୍ତି। ଏପରି ଅମାନବୀୟ କାଣ୍ଡ ଘଟାଉଥିବା ଯୌତୁକ ଲୋଭି ରାକ୍ଷସଙ୍କ ପରିଚୟ ଜାଣିଲେ, ଆପଣଙ୍କ ହୋସ୍ ଉଡ଼ିଯିବ ।
ମହିଳାଙ୍କୁ ଏପରି ବ୍ୟବହାର କରୁଥିବା ଲୋକମାନେ ହେଲେ ତାଙ୍କ ସ୍ୱାମୀ ନୁଟି ବଶିଷ୍ଟ, ଶ୍ୱଶୁର ଜଷ୍ଟିସ୍ (ଅବସରପ୍ରାପ୍ତ) ଏନ୍ ରାମମୋହନ ରାଓ ଏବଂ ଶାଶୂ। ମହିଳାଙ୍କ ଶ୍ୱଶୁର ମାଡ୍ରାସ୍‌ ଓ ହାଇଦ୍ରାବାଦ୍ ହାଇକୋର୍ଟରେ ବିଚାରପତି ଥିଲେ। ଭିଡିଓରେ ଦୁବ୍ୟର୍ବହାରର ଶିକାର ହେଉଥିବା ମହିଳାଙ୍କ ନାଁ ସିନ୍ଧୁ ଶର୍ମା।(୩୦)।
ଏ ଘଟଣା ନେଇ ସେ ଶ୍ୱଶୁର ଘରର ସଦସ୍ୟଙ୍କ ବିରୋଧରେ ଯୌତୁକ, ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି। ଛାଡ଼ପତ୍ର ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

୨୦୧୨ରେ ଜଷ୍ଟିସ୍ ରାମମୋହନ ରାଓଙ୍କ ପୁଅ ନୁଟି ବଶିଷ୍ଟଙ୍କ ସହ ସିନ୍ଧୁଙ୍କ ବିବାହ ହୋଇଥିଲା। ତେବେ ଏହାର କିଛି ବର୍ଷ ପରେ ହିଁ ତାଙ୍କ ଉପରେ ଏପରି ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା ବୋଲି ସିନ୍ଧୁ କହିଛନ୍ତି |

Comments are closed.