OnaKhabar

ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦାବି ନେଇ ଓଷ୍ଟା ର ଧାରଣା

814

ବଲାଙ୍ଗିର :ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିଷୟରେ ବାରମ୍ବାର ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରିବା ସତ୍ୱେ କୌଣସି ସୁଫଳ ନ ମିଳିବା ଯୋଗୁଁ , ବାଧ୍ୟ ହୋଇ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଓ ଅନ୍ୟ ଦାବି ଗୁଡିକ ନେଇ ଓଷ୍ଟା ତରଫରୁ ରାଲି ସହ ଧାରଣା ଦିଆ ଯାଇଥିଲା ।
ଗୋଟିଏ ପଟେ ଶିକ୍ଷକ ଅଭାବ ଥିବା ବେଳେ , ବର୍ଷ ବର୍ଷ ଧରି ଶିକ୍ଷକ ମାନକୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଡେପୁଟେସନ ଆଣି କ୍ଲାରିକାଲ କାମ ରେ ନିୟୋଜିତ କରାଯାଉଛି । ଅତିଥି ଶିକ୍ଷକ ଙ୍କ ନିଯୁକ୍ତି ସାରା ରାଜ୍ୟ ରେ କାର୍ଯ୍ୟକାରୀ ହେଉଥିବା ବେଳେ ବଲାଙ୍ଗିର ରେ ଏହାକୁ ଉପେକ୍ଷା କରାଯାଉଛି । ଠିକଣା ସମୟ ରେ ବିଦ୍ୟାଳୟ ପରିଦଶନ ନ ହେବା, st/sc ପିଲାଙ୍କ ପାଠ୍ୟ ପୁସ୍ତକ ଠିକଣା ସମୟରେ ବଣ୍ଟନ ନ ହେବା, ଶିକ୍ଷକ ଓ କର୍ମଚାରୀଙ୍କ ସାର୍ଭିସ ବୁକ ମେଂଟେନ ନକରିବା , ବର୍ଷ ବର୍ଷ ଧରି st/sc ପିଲାଙ୍କ ପାଇଁ ପର୍ଯ୍ୟୁଯ୍ୟ ଅନୁଦାନ ଗ୍ରାଣ୍ଟ ସ୍କୁଲ କୁ ପ୍ରଦାନ ନ କରିବା ଆଦି ବିଭିନ୍ନ ସମସ୍ୟା ଓଷ୍ଟା ତରଫରୁ ଉତ୍ଥାପନ କରାଯାଇଥିଲା ।
ଏହି ସବୁ ସମସ୍ୟା ଗୁଡିକ ବାରମ୍ବାର ଲିଖିତ ଆକାର ରେ ଶିକ୍ଷା ଅଧିକାରୀ ଙ୍କୁ ଜଣାଇବା ପରେ ମଧ୍ୟ ଶିକ୍ଷା କର୍ମଚାରୀ ନିରାଶ ହୋଇଛନ୍ତି । ଜଦ୍ୱାରା ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହେଉଛି ।

ଏ ସବୁ ସମସ୍ୟା କୁ ଦୂର କରିବା ପାଇଁ ଆଗାମୀ ଦିନ ରେ ଶିକ୍ଷା ବିଭାଗ ଦ୍ୱାରା କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରା ନ ଗଲେ ଏହା ଜନ ଆନ୍ଦୋଳନ ର ରୂପ ନେବ ଓ ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଓଷ୍ଟା ତରଫରୁ କୁହାଯାଇଛି।

Comments are closed.