OnaKhabar

ବୟଫ୍ରେଣ୍ଡ ରାଜା ହିଁ ନିହାରିକା ହତ୍ୟାକାରୀ

918

ଜଗତସିଂପୁର : ବହୁ ଚର୍ଚ୍ଚିତ ନର୍ସ ନିହାରୀକା ପାତ୍ର ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି । ଜଗତସିଂପୁର ଏସପି ଆର୍ ପ୍ରକାଶ ସାମ୍ବାଦିକ ସମ୍ମୀଳନୀରେ ହତ୍ୟାର ରହସ୍ୟ ଉପରୁ ପରଦା ହଟାଇଛନ୍ତି | ଏସପିଙ୍କ କହିବା ଅନୁସାରେ , ନିଜ ପ୍ରେମିକା ନୀହାରିକାକୁ ତଣ୍ଟିଚିପି ହତ୍ୟା କରିଛି ପ୍ରେମିକ ରାଜା । ନିଜ ସାଙ୍ଗର କଟକସ୍ଥିତ ଭଡ଼ା ଘରେ ସେ ନୀହାରିକାକୁ ହତ୍ୟା କରିଥିବା ସ୍ୱୀକାର କରିଛି । ପୁଲିସ ନିକଟରେ ଜେରା ବେଳେ ସେ ଏକଥା ସ୍ୱୀକାର କରିଛି । ନୀହାରିକାଙ୍କୁ ନର୍ସିହୋମରୁ ସାଙ୍ଗରେ ଆଣିବା ପରେ ଦୁହିଁଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା, ଯାହା ଫଳରେ ରାଜା ଉତକ୍ଷିପ୍ତ ହୋଇ ନୀହାରିକାଙ୍କ ତଣ୍ଟିଚିପି ଦେଇଥିବା ସ୍ୱୀକାର କରିଛି ।
ନର୍ସ ନୀହାରିକାର ପ୍ରେମିକ ରାଜା ଓରଫ କିଶୋର ଆଞ୍ଚଲ ହିଁ ହତ୍ୟାକାରୀ । କଟକର ଚାଉଳିଆଗଞ୍ଜର ଅପାଣିଆ ଅଂଚଳରେ ଏକ ଭଡ଼ାଘରେ ନୀହାରିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାପରେ ରାଜା ଏକ ମୋଟର ସାଇକେଲରେ ଅଖାରେ ନୀହାରିକାଙ୍କ ଶବକୁ ପୂରାଇ ନେଇ ଯାଇ ବିଲୁଆଖାଇ ନଦୀ ପଠାରେ ଫିଙ୍ଗିଥିବା ଜଣାଯାଇଛି। ନୀହାରିକାଙ୍କ ଶବକୁ ଅଖାରେ ପୂରାଇ ନେବା ବେଳେ ପାଖରେ ଥିବା ଏକ ସିସିଟିଭିରେ ଏହା ରେକର୍ଡ ହୋଇଛି । ଏଥିସହ ପୁଲିସ ଘଟଣାସ୍ଥଳରୁ ଏକ କାନଫୁଲ ଜବତ କରିଛି ଏବଂ ଖଟ ଉପରେ ଘରେ ପଡ଼ିଥିବା ବେଡସିଟ୍ ମଧ୍ୟ ଗାଏବ ରହିଥିବା ଜଣାପଡ଼ିଛି । ପୁଲିସ ସନ୍ଦେହ କରୁଛି କି ନୀହାରିକାଙ୍କ ସହ ଧସ୍ତାଧସ୍ତି ସମୟରେ ହୁଏତ କାନଫୁଲଟି ପଡ଼ିଯାଇଥାଇ ପାରେ । ତେବେ ବୟଫ୍ରେଣ୍ଡ ରାଜା ହିଁ ଏକା ନିହାରିକାଙ୍କୁ ହତ୍ୟା କରିଛି ବୋଲି ସେ ସ୍ୱୀକାର କରିଛି |

Comments are closed.