OnaKhabar

ସେପ୍ଟେମ୍ବରରେ ୫ ଦିନ ବ୍ୟାଙ୍କ ବନ୍ଦ ରହିବ

943

ଭୁବନେଶ୍ୱର: ଆସନ୍ତା ୨୬ରୁ୩୦ ତାରିଖ ୫ଦିନ ଯାଏଁ ଲଗାତାର ଭାବେ ବ୍ୟାଙ୍କ ବନ୍ଦ ରହିବ । ଯାହାଫଳରେ ଲୋକମାନେ ଅସୁବିଧାରେ ପଡିପାରନ୍ତି । ବ୍ୟାଙ୍କ ବନ୍ଦ ସମୟରେ ଗ୍ରାହକ ମାନେ କୌଣସି ପ୍ରକାରର ପଇସା ଜମା କରିପାରିବେ ନାହିଁ କି ଉଠାଇ ପାରିବେ ନାହିଁ । ଲଗାତାର ବ୍ୟାଙ୍କ ବନ୍ଦ ରହିବା କାରଣରୁ ଏଟିଏମ ରୁ ମଧ୍ୟ ଟଙ୍କା ଉଠାଇ ହେବ ନାହିଁ । ତେଣୁ ୨୬ତାରିଖ ପୂର୍ବରୁ ବ୍ୟାଙ୍କରେ ଜଡିତ ଥିବା କାମକୁ ବ୍ୟାଙ୍କ ବନ୍ଦ ରହିବା ପୂର୍ବରୁ ଗ୍ରାହକ ମାନଙ୍କୁ ବ୍ୟାଙ୍କିଂ କାମ ଶେଷ କରିବାକୁ ପଡିବ ନଚେତ୍ ହଇରାଣ ହୋଇପାରନ୍ତି । ତେବେ ୨୬ ଓ ୨୭ତାରିଖରେ ବାଣିଜ୍ୟକ ସଙ୍ଘ ଜାତୀୟ ସ୍ତରୀୟ ବନ୍ଦ ଡାକରା ଦେଇଛିି ଯାହାଫଳରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ପରେ ୨୮ତାରିଖ ଚତୁର୍ଥ ଶନିବାର,୨୯ ତାରିଖ ରବିବାର ଏବଂ ୩୦ତାରିଖ ହାଫ ଇଅରଲି କ୍ଲୋଜିଙ୍ଗ ନେଇ ଲଗାତାର ବ୍ୟାଙ୍କ ବନ୍ଦ ରହିବ । ୧ତାରିଖ ଗୋଟିଏ ଦିନ ଖୋଲିବା ପରେ ୨ତାରିଖ ଦିନ ଗାନ୍ଧୀ ଜୟନ୍ତୀ କାରଣରୁ ପୁଣି ବ୍ୟାଙ୍କ ବନ୍ଦ ରହିବ । ଯାହାଦ୍ୱାରା ଗ୍ରାହକମାନେ ପ୍ରଭାବିତ ହେବେ ।

Comments are closed.