OnaKhabar

ନର୍ସ ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ କଲା ଆତ୍ମସମର୍ପଣ, ଖୋଲିବ ଗୁମର…

2,664

ଜଗତସିଂହପୁର : ନର୍ସ ନିହାରିକା ପାତ୍ର ହତ୍ୟା ମାମାଲରେ ସନ୍ଦେହ ଘେରରରେ ଥିବା ତାଙ୍କ ପ୍ରେମିକ କିଶୋର ଆଞ୍ଚଲ ଓରଫ୍‌ ରାଜା ଧରା ଦେଇଛି । ତାଙ୍କୁ ଅଜ୍ଞାତ ସ୍ଥାନରେ ପୋଲିସ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ମାତ୍ର ପୋଲିସ ଏ ନେଇ କୌଣସି ସ୍ପଷ୍ଟା କରାଯାଇ ନାହିଁ ।
ଗତ ୧୮ ତାରିଖ ଦିନ ସକାଳେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ଅଖାରେ ବନ୍ଧା ହୋଇ ରହିଥିବା ନିହାରିକାଙ୍କ ଶବ ପୋଲିସ ଉଦ୍ଧାର କରିଥିଲା । ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁରରେ । ସେ ଗତ ୪ ବର୍ଷ ହେଲା କଟକ କଲ୍ୟାଣୀ ନଗରରେ ଥିବା ଏମ ଏମ ମେଡିକେୟାର ନର୍ସିଂହୋମ୍ ରେ ନର୍ସ ଭାବେ କାମ କରୁଥିଲେ । କିଶୋର ଆଞ୍ଚଲଙ୍କ ଘର ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଜାହାଙ୍ଗିରପୁରରେ । ଦୀର୍ଘ ଦିନ ହେବ ନିହାରିକା ପାତ୍ରଙ୍କ ସହ ତାର ପ୍ରେମ ସଂପର୍କ ଥିଲା । ନିହାରିକା ୮ତାରିଖରେ ନିଖୋଜ ହେବା ପରେ ଏମ ଏମ ମେଡିକେୟାର ଏବଂ ନିହାରିକାଙ୍କ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଥିଲା । ତେବେ ମଧୁପାଟଣା ଥାନା ଘଟଣାକୁ ହାଲକା ଭାବରେ ନେଇଥିଲା । ଏପରିକି କିଶୋର ଆଞ୍ଚଲ ହିଁ ନିହାରିକାଙ୍କୁ ଅପହରଣ କରିନେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତ୍ବ ଦେଇନଥିଲା ।
୧୮ତାରିଖ ଦିନ ବିଲୁଆ ଖାଇ ନଦୀ ପଠାରୁ ଶବ ମିଳିବା ପରେ ନିହାରିକାଙ୍କ ପରିବାରଲୋକ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ତାଙ୍କ ଝିଅକୁ କିଶୋର ଆଞ୍ଚଲ ହିଁ ହତ୍ୟା କରିଛି ବୋଲି ପୁଣି ବିରିଡି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତେବେ ସେତେବେଳକୁ କିଶୋର ଆଞ୍ଚଲ ଫେରାର ହୋଇସାରିଥିଲା । ପୋଲିସ କିଶୋର ଆଞ୍ଚଲର ବାପା, ସାନ ଭାଇ ଏବଂ ଅନ୍ୟ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ।
ଗତକାଲି ରାତିରେ ମିଳିଥିବା ଏକ ତଥ୍ୟ ଅନୁସାରେ ୮ତାରିଖରେ ନିହାରିକାଙ୍କୁ ନେଇ କିଶୋର ଜଗତସିଂହପୁର ଥାନା ଅନ୍ତର୍ଗତ ଖେଲାନ୍ଦ ଗାଁକୁ ଯାଇଥିଲା । ସେଠାରେ ଜଣେ ରଙ୍ଗ ମିସ୍ତ୍ରୀଙ୍କ ଘରେ କିଶୋର ଓ ନିହାରିକା ଦୁଇ ଘଣ୍ଟା ରହିଥିଲେ ।
ଦୁଇ ଘଣ୍ଟା ପରେ ଅନ୍ୟ ଜଣେ ବନ୍ଧୁଙ୍କ ହାତରେ କିଶୋର ରଙ୍ଗ ମିସ୍ତ୍ରୀଙ୍କ ନିକଟକୁ ଚାବି ପଠାଇଦେଇଥିଲେ । ପୋଲିସ ଏହି ସୁରାକ ପାଇବା ପରେ ସଂପୃକ୍ତ ଘର ଖାନତଲାସ କରିଥିଲା । ସେଠାରୁ ଗୋଟିଏ କାନଫୁଲ ପୋଲିସ ପାଇଥିବା ଜଣାପଡିଛି । କାନଫୁଲଟି ନିହାରିକାଙ୍କର ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହି ଘରର ମାଲିକ ରଙ୍ଗ ମିସ୍ତ୍ରୀଙ୍କୁ ପୋଲିସ ଅଟକ ରଖିଛି ।