OnaKhabar

୫ବର୍ଷ ଶିଶୁକନ୍ୟାକୁ ୬୫ ବର୍ଷ ବୃଦ୍ଧଙ୍କ ଦୁଷ୍କର୍ମ , ଅଭିଯୁକ୍ତ କୋର୍ଟ ଚାଲାଣ

113

ଯାଜପୁର : ସବୁ ଲଜ୍ୟାର ସୀମା ପାର । ୫ ବର୍ଷର ଜଣେ ଶିଶୁକନ୍ୟାକୁ ୬୫ ବର୍ଷର ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଂଗଳପୁର ଥାନା ଅଧିନସ୍ଥ ଚମ୍ପେଇପାଳ ପଂଚାୟତ ସ୍ଥିତ କୁଆଁରପୁର ଗ୍ରାମରେ । ଏ ନେଇ ପରିବାର ଲୋକେ ବୁଧୁବାର ସନ୍ଧ୍ୟାରେ ଅଭିଯୋଗ କରିଥିଲେ । ଏନେଇ ଥାନା ପକ୍ଷରୁ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରାଯାଇଛି । ଏହାପରେ ମଂଗଳପୁର ପୁଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ବିଜୟ ପାଢିଙ୍କୁ ଗିରଫ କରିଥିଲା ।ଗୁରୁବାର ଅଭିଯୁକ୍ତ ବିଜୟଙ୍କୁ ମଂଗଳପୁର ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଶିଶୁକନ୍ୟାର ଜିଲ୍ଲା ମାଜିଷ୍ଟେଟଙ୍କ ପାଖରେ ବୟାନ ରେକର୍ଡ କରାଯାଇଛି ।
ସୂଚନା ଅନୁଯାୟୀ, କୁଆଁରପୁର ଗ୍ରାମର ୫ ବର୍ଷୀୟା ନାବାଳିକା ସାଙ୍ଗମାନଙ୍କ ସହିତ ଖେଳୁଥିବାବେଳେ ସେହି ଗ୍ରାମର ବିଜୟ ପାଢ଼ୀ ନାମକ ବୃଦ୍ଧ ଚକୋଲେଟ ଦେବାକୁ କହି ନାବାଳିକାକୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ତେବେ ବିଜୟ ଏହା ପୂର୍ବରୁ ଏମିତି ଅନେକ ଅମାନବୀୟ କାଣ୍ଡ ଖାରଖାନରେ ସପୃକ୍ତ ଥିଲେ ବୋଲି ଗ୍ରାମବାସୀ କହୁଥିବା ସୂଚନା ମିଳିଛି ।

Comments are closed.