OnaKhabar

ଯୁବକଙ୍କୁ ପିଟି ପିଟି ମାରିଦେଲେ

82

ଭଦ୍ରକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଚଂଳର ରାଉତରା ଗାଁରେ । ମୃତକଙ୍କ ନାଁ ବିଜୟ ବେହେରା ।ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ଗାଁର କିଛି ଯୁବକଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ହେଲେ ଗାଁ’ର ଯୁବକମାନେ ମନରେ ରାଗ ରଖିଥିଲେ । ପୂର୍ବରୁ ଥିବା ଶତ୍ରୁତାକୁ ନେଇ ,ହେଲେ ପାଟିତୁଣ୍ଡ ଏତେ ଉଗ୍ରରୂପ ହୋଇଥିଲା ଯେ ଯୁବକମାନେ ରାଗିଯାଇ ଏକ ଲୁହା ରଡରେ ବିଜୟଙ୍କୁ ପିଟି ଚାଲିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ବିଜୟଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ହେଲେ ବିଜୟଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି । ଆକ୍ରମଣକାରୀ ଯୁବକମାନେ ଫେରାର ହୋଇଯାଇଥିବା ବେଳେ ଗାଁରେ ଉତେଜନା ଲାଗି ରହିଥିବା ସୂଚନା ମିଳିଛି ।

Comments are closed.