OnaKhabar

କେରଳରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

113

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛିି । ସାଧାରଣତଃ ଏହି ଇଲାକାରେ ରୋଜଗାରର ଭିତିଭୂମି ନ ଥିବାରୁ ପାଖାପାଖି ୬୦ପ୍ରତିଶତରୁ ଅଧିକ ଯୁବକ ଓ ଜନସାଧାରଣ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥା’ନ୍ତି । ହେଲେ କେତେବେଳେ କାହାର ଅକାଳରେ ଜୀବନ ଚାଲିଯାଉଛି ତାହା କହି ହେଉନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ପ୍ରାତ୍ରପୁର ବ୍ଳକ ସାମନ୍ତରାପୁର ପଂଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ । ମୃତ ଯୁବକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । କେରଳର କୋର୍ଟେନ ସହରରେ କାମ କରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମଳିଛି ।
ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ଦୀର୍ଘ ବର୍ଷ ହେଲା କେରଳରେ ଦାଦନ ଖଟୁଥିଲେ । ୪ମାସ ପୂର୍ବେ ଗ୍ରାମକୁ ଆସି ପୁଣି କେରଳ ଫେରିଥିଲେ । ଏକ ବଡ଼ କୋଠାରେ କଂକ୍ରିଟ କାମ କରୁଥିବା ବେଳେ ସିଡ଼ି ରାସ୍ତାରୁ ତଳେ ପଡ଼ିଯାଇଥିଲେ ତାଙ୍କର ପିଠିର ମେରୁହାଡ଼ ଭାଙ୍ଗି ଯାଇଥିଲା । ତାଙ୍କୁ ସଙ୍ଗେସଙ୍ଗେ ମେଡ଼ିକାଲରେ ଭର୍ତି କରାଯାଇଥିଲା । ୩ ଦିନ ହେଲା ସେ ଆଇସିୟୁରେ ଥିଲେ । ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛିି । ଶବ ବ୍ୟବଚ୍ଛେଦ ପରେ ଗ୍ରାମକୁ ପଠାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏନେଇ ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ଖବର ପାଇବା ପରେ ପରିବାର ବର୍ଗ ଓ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.