OnaKhabar

ନବମ ଶ୍ରେଣୀ ଝିଅ ୭ମାସର ଗର୍ଭବତୀ

148

ଫୁଲବାଣୀ : ରାଜ୍ୟରେ ପୁଣି ଲଜ୍ୟା । ଜଣେ ନାବାଳିକା ଗର୍ଭବତୀ ହେବା ଘଟଣା ସମଗ୍ର ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି । ଗର୍ଭବତୀ ହୋଇଥିବା ଛାତ୍ରୀ ଜଣକ ନବମ ଶ୍ରେଣୀର ବୋଲି ସୂଚନା ମିଳିଛି । ଘଟାଣାଟି ଘଟିଛି କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ହାତିମୁଣ୍ଡା ଅଂଚଳରେ । ନାବାଳିକା ସାତ ମାସର ଗର୍ଭବତୀ । ଏହାକୁ ନେଇ ବେଲଘର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏନେଇ ମାମଲା ରୁଜୁକରି ସନ୍ୟାସୀ ପାତ୍ର ନାମକ ଏକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ନାବାଳିକା ତା’ର ଭଉଣୀ ଘର ଗ୍ରାମକୁ ବୁଲିବା ପାଇଁ ଯାଇଥିଲେ । ସେହି ଗ୍ରାମର ସନ୍ୟାସୀ ପାତ୍ରଙ୍କୁ ସେ ଭଲ ପାଇଥିଲେ । ଏମିତି କିଛି ଦିନ ଯାଇଥିଲା ପ୍ରେମ । ହାତିମୁଣ୍ଡା ଗ୍ରାମର ନାବାଳିକାକୁ ସନ୍ୟାସୀ ପାତ୍ର ବିବାହ କରିବାର ପ୍ରଲୋଭନ ଦେଖାଇ ତା’ ସହିତ ଶାରିରୀକ ସମ୍ପର୍କ ରଖି ଆସୁଥିଲା କିନ୍ତୁ ଝିଅର ହାବଭାବ ଦେଖି ପରିବାର ଲୋକେ ସନ୍ଦେହ କରିଥିଲେ । ଝିଅକୁ ପଚାରିବାରୁ ସେ ସବୁକିଛି ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଥିଲା । ଏହାପରେ ଝିଅର ବାପା ବେଲଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ତଦନ୍ତ କରିବା ପରେ ଗୁରୁବାର ଅଭିଯୁକ୍ତ ସନ୍ୟାସୀ ପାତ୍ରକୁ ଗିରଫ କରିଛନ୍ତି ପୁଲିସ । ବେଲଘର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ କହିଛନ୍ତି, ଏ ନେଇ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଝିଅକୁ ବନବାସୀ ସେବା ସମତିର ସ୍ୱଳ୍ପକାଳିନ ମହିିଳା ସୁଧାର ଗୃହକୁ ପଠାଯାଇଛି ।

Comments are closed.