OnaKhabar

ଯନ୍ତାପାଇରେ ୧୪୪ ଧାରା

91

ମାଲକାନଗିରି : ଅଙ୍ଗନାୱାଡିରେ ଯୁବକଙ୍କ ମ୍ୟୃତୁ ଘଟଣା କୁ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତାପାଇ ହାଟରେ ଆଦିବାସୀ ମେଳିକୁ ବିଫଳ କରିବା ପାଇଁ ଶୁକ୍ରବାର ଅଂଚଳରେ ୧୪୪ଧରା ଜାରି ହୋଇଛି । ପୁଲିସ ପ୍ରଶାସନ ମାଇକ ଯୋଗେ ପ୍ରଚାର କରିଛି । ଘଟଣାସ୍ଥଳରେ ଡିଭିଏଫ ଓ ଏସଓଜି ଯବାନ ମୁତୟନ ଅଛନ୍ତି । ସେଠାକାର ଲୋକେ ଅସ୍ତ୍ରଶସ୍ତ୍ର ଧରି ସମବେଦ ହେବାର ଲାଗିଛନ୍ତି ।
ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ଯନ୍ତାପାଇ ଅଙ୍ଗନୱାଡି କେନ୍ଦ୍ରରୁ ଧୁଲିପୁଟ ପଂଚାୟତ କାଙ୍ଗିନିଗୁଡ଼ା ନିବାସୀ ରାଜୁ ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ରାଜୁଙ୍କୁ ହତ୍ୟା କରାଯାଇଥିବା କହିବା ସହ ବିଏସଏଫ ଯବାନ ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଏନେଇ ଉତ୍ୟକ୍ତ ଜନତା ପେପରମେଟଲା ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ପୁଲିସ ଜନତା ମଧ୍ୟରେ ଖଣ୍ଡ ଯୂଦ୍ଧ ହୋଇଥିଲା । ଏଥିରେ ଜନତା ଓ ପୁଲିସ ଉଭୟ ଆହତ ହୋଇଥିଲେ । ତେବେ ଅଂଚଳରେ ବର୍ତମାନ ସୁଦ୍ଧା ପରିସ୍ଥିତି ଶାନ୍ତ ପଡ଼ିନାହିଁ । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ୧୪୪ ଧାରା ଲାଗୁ କରାଯାଇଛି ।

Comments are closed.