OnaKhabar

ଛୁରୀ ଧରି ମାରିବାକୁ ଆସିଥିବା ଯୁବକ, ସେହି ଛୁରୀରେ ମଲା

99

କଟକ : ଜଣେ ସାଙ୍ଗ ତାର ଆଉ ଜଣେ ସାଙ୍ଗକୁ ଛୁରୀ ଧରି ମାରିବାକୁ ଆସିଥିଲା, କିନ୍ତୁ ସେହି ଛୁରୀରେ ନିଜେ ମଲା | ଘଟଣା ଘଟିଛି କଟକ ଚୂନଭର୍ଟ ଅଂଚଳରେ | ସାମାନ୍ୟ ବଚସାକୁ ନେଇ କଟକ ଚୂନଭାଟି ଗଳିରେ ଘଟିଛି ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଗୁଡୁ ଓରଫ କାର୍ତ୍ତିକ ବାରିକ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ଗତ କାଲି ସଂଧ୍ୟା ବେଳେ ଗୁଡୁର ସ୍ଥାନୀୟ ଅଞ୍ଚଳରେ ରହୁଥିବା ଯୁବକ ପିଣ୍ଟୁ ସହିତ ବଚସା ହୋଇଥିଲା । ଏତିକି ବେଳେ ଗୁଡୁ ନିଜେ ସାଙ୍ଗରେ ଆଣିଥିବା ଛୁରୀରେ ପିଣ୍ଟୁକୁ ଆକ୍ରମଣ କରିଥିଲା । ହେଲେ ନିଜେ ଆଣିଥିବା ଛୁରୀରେ ନିଜେ ଆକ୍ରମଣର ଶିକାର ହୋଇଥିଲା ଗୁଡୁ । ଆଉ ଏଥିରେ ହିଁ ତାର ମୃତ୍ୟୁ ହୋଇଛି ।
ଖବର ପାଇ ଲାଲବାଗ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରିଛି । ତେବେ କେଉଁ କାରଣ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Comments are closed.