OnaKhabar

ଜମ୍ମୁ-କଶ୍ମୀରରେ ୨୭୩ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ : ଗୁଇନ୍ଦା ବିଭାଗ

224

ନୂଆଦିଲ୍ଲୀ : ଗୁଇନ୍ଦା ବିଭାଗର ରିପୋର୍ଟ ଅନୁସାରେ ଜମ୍ମୁ-କଶ୍ମୀରରେ ୨୭୩ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ଅଛନ୍ତି | ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବାର ନିଷ୍ପତ୍ତି ଭାରତ ସରକାର ନେବା ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ଭାରତକୁ ହରାଇବା ପାଇଁ ବିଭିନ୍ନ ପ୍ରୟାସ ପାକିସ୍ତାନ କରି ସାରିଥିଲେ ମଧ୍ୟ ତା’ର ସମସ୍ତ ପ୍ରୟାସ ବିଫଳ ହୋଇଛି । ଧାରା ୩୭୦ ହଟିବା ପରେ ପରେ ପ୍ରଥମେ ଜମ୍ମୁ-କଶ୍ମୀର ଅଶାନ୍ତ ହୋଇ ପଡ଼ିଥିବା ବେଳେ ଏବେ ସେଠାକାର ସ୍ଥିତି ସ୍ୱାଭାବିକ ରହିଛି । ଯାହାକୁ ଦେଖି ସହି ପାରୁ ନାହିଁ ପାକିସ୍ତାନ । ସ୍ଥିତିକୁ ବଦଳାଇବା ପାଇଁ ପାକିସ୍ତାନ ଆକ୍ରମଣର ଯୋଜନା କରିବା ସହ ୨୭୩ଜଣ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରି ରଖିଥିବା କହିଛି ଗୁଇନ୍ଦା ବିଭାଗ । ଆଗାମୀ ଦିନରେ ଏହି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣା ପଡ଼ିଛି ।

Comments are closed.