OnaKhabar

ତେଜସ ବିମାନରେ ଉଡ଼ିଳେରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ

102

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହେଇଥିବା ଲଢୁଆ ବିମାନ ତେଜସରେ ଉଡ଼ିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ତେଜସ ହେଉଛି ଭାରତୀୟ ବାୟୁସେନାର ୪୫ ତମ ସ୍କ୍ୱାଡ୍ରାନ ଫ୍ଲାଇଂ ଡ୍ରାଗର୍ସଙ୍କ ଏକ ଅଂଶ ବିଶେଷ । ଏହାକୁ ହିନ୍ଦୁସ୍ତାନ ଏରୋନୋଟିକାଲ୍ ଲିମିଟେଡ୍ ଓ ଏରୋନୋଟିକାଲ୍ ଡେଭଲପମେଣ୍ଟନିର୍ମାଣ କରିଛି । ୬୮ ବର୍ଷିୟ ରାଜନାଥ ସିଂହ ହେଉଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷାମନ୍ତ୍ରୀ ଯିଏ କି ତେଜସରେ ଉଡିଛନ୍ତି । ତେଜସ ପ୍ରଥମେ ୨୦୦୧ ଜାନୁଆରୀ ୪ ତାରିଖ ରେ ଉଡାଣ କରିଥିଲା । ୨ଟି ସିଟ ଥିବା ତେଜସ୍ ରେ ୩୦ ମିନିଟ ଉଡିବା ପରେ ପାଇଲଟଙ୍କ ପଛ ସିଟରେ ବସିଥିଲେ ରାଜନାଥ ସିଂହ । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ତେଜସ ବିମାନର ଡିଜାଇନ କରିଛନ୍ତି ତାହା ୨୦୦୧ ମଡେଲର ଅପଗ୍ରେଡ ଭର୍ସନ । ୨୦୧୭ ଡିସେମ୍ବରରେ ଭାରତୀୟ ବାୟୁସେନା ହିନ୍ଦୁସ୍ତାନ ଏରୋନୋଟିକାଲ୍ ଲିମିଟେଡ୍ କୁ ୮୩ଟି ତେଜସ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ କହିଥିଲା । ଏହି ସମସ୍ତ ତେଜସ ବିମାନରୁ ୧୦ଟିରେ ୨ଟି ଲେଖାଏଁ ସିଟ ରହିଛି । ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ପାଇଁ ଏହାକୁ ପ୍ରସ୍ତୁତ କରିଛି । ମିଗ-୨୧ ବାଇସନ ପରିବର୍ତ୍ତେ ଗୋଟିଏ ଇଞ୍ଜିନ ଥିବା ତେଜସକୁ ବାୟୁସେନାରେ ସାମିଲ କରାଯିବା ବେଳେ ୨୦୧୭ରେ ଡିଫେନସ ଆକ୍ୱିଜିସନ କାଉନସିଲ ୮୩ଟି ଏଲସିଏ ତେଜସ ଖରିଦ କରିବାକୁ ଅନୁମୋଦନ କରିଛି ।

Comments are closed.