OnaKhabar

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ମୁସ୍ତାକକୁ ଫାଶୀ

771

କଟକ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ପକ୍ସୋ କୋର୍ଟ । ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା | ଏତଲା ହେବାର ୧୯ ଦିନ ମଧ୍ୟରେ ପୋଲିସ ଚାର୍ଜସିଟ ଦାଖଲ କରିଥିଲା | ତାଙ୍କ ବିରୋଧରେ ଦଫା ୩୦୨, ୩୭୬ ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା | କୋର୍ଟ ମାମଲାର ଶୁଣାଣି କରି ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି |
ମିଳିଥିବା ଖବର ଅନୁଯାଇ , ୨୦୧୮ ମସିହା ଅପ୍ରେଲ ୨୧ତାରିଖରେ ଏହି ଘଟଣା ଘଟିଥିଲା । ସାଲେପୁର ରାଇସୁଙ୍ଗୁଡ଼ା ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । ସଂକଟାପନ୍ନ ଅବସ୍ଥାରେ ପୀଡ଼ିତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏସସିବିର ୧୩ ଜଣିଆ ଡାକ୍ତରୀ ଟିମ୍ ନାବାଳିକାଙ୍କ ଚିକିତ୍ସା କରିଥିଲେ । ୮ ଦିନର ସଂଘର୍ଷ ପରେ ୨୯ ଏପ୍ରିଲ ୨୦୧୮ ଅପରାହ୍ନ ୫ଟାରେ ଆଖିବୁଜି ଦେଇଥିଲେ ପୀଡ଼ିତା । ଅଭିଯୁକ୍ତ ମୁସ୍ତାକ ଝିଅଟି ଖେଳୁଥିଲାବେଳେ ତାକୁ ଚକଲେଟ ଦେବା ବାହାନାରେ ଡ଼ାକିନେଇ ସ୍କୁଲ ବାରଣ୍ଡାରେ ବଳାତ୍କାର କରିଥିଲା | ଧରାପଡିଯିବା ଭୟରେ ଝିଅର ତଂଟି ଚିପି ହତ୍ୟାକରିବାକୁ ଉଦ୍ୟମ କରିଥିଲା| ଗୁରୁତର ଭାବେ ଆହତ ନାବାଳିକା ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରି ଶେଷରେ ପ୍ରାଣ ହାରିଥିଲା | କୋର୍ଟ ମାମଲାର ଶୁଣାଣି କରି ଆଜି ଅଭିଯୁକ୍ତ ମୁସ୍ତାକକୁ ଫାଶୀ ଦଣ୍ଡ ଦେଇଛନ୍ତି |

Comments are closed.