OnaKhabar

ଅନୁଗୁଳ : ମୁଖ୍ୟ ଚିକିତ୍ସାଳୟରୁ ରୋଗୀ ନିଖୋଜ

82

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ନିଖୋଜ ହେବା ଖବର ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଚିକିତ୍ସାଳୟରେ ଏତେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଭଳି ଜଣେ ରୋଗୀ ମେଡିକାଲରୁ ନିଖୋଜ ହୋଇଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅନୁଗୁଳ ଥାନା ଖଣ୍ଡହତା ଗାଁର ଟିଙ୍କାରୁ ନାଏକ(୨୦) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ରବିବାର ଦିନ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ଶନିବାର ଅପରାହ୍ନରେ ଟିଙ୍କାରୁଙ୍କ ଦେହ ଅସୁସ୍ଥ ହେବାକୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କୁ ବେଡ ନ ମିଳିବାରୁ ସେ ବାରଣ୍ଡାରେ ରହି ଚିକିତ୍ସିତ ହେଉଥିଲେ ।

Comments are closed.