OnaKhabar

ବିଜେପୁର ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହେଲା ପ୍ରକ୍ରିୟା, ତାରିଖ ଘୋଷଣାକୁ ଅପେକ୍ଷା

149

ଭୁବନେଶ୍ୱର : ବିଜେପୁର ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା | ଏ ନେଇ କମିଟି ଗଠନ କରି ସାରିଛୁ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।କମିଟି ଯାହା କହିବ ସେହି ଅନୁଯାୟୀ କାମ ହେବ ବୋଲି ମଧ୍ୟ ସେ କହିଛନ୍ତି ।
ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଂଜିଳି ଓ ବିଜେପୁର ଦୁଇଟି ଆସନରୁ ବିଜୟୀ ହୋଇଥିଲେ । ତେବେ ସେ ହିଂଜିଳି ଆସନକୁ ରଖି ବିଜେପୁର ଛାଡିଥିଲେ । ଫଳରେ ପୁଣି ବିଜେପୁର ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ।
କୌଣସି ସମୟରେ ବିଜେପୁର ବିଧାନସଭା ଆସନ ଲାଗି ତାରିଖ ଘୋଷଣା ହୋଇପାରେ । ଏଥିପାଇଁ ତିନି ରାଜନୈତିକ ଦଳ ତତ୍ପର ହୋଇ ଉଠିଛନ୍ତି । ଗତକାଲି ବିଜେଡି ବିଜେପୁର ପାଇଁ କମିଟି ଗଠନ କରିଛି । କମିଟିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ , ସଂଜୟ ଦାସବର୍ମା ଆଦି ଚାରିଜଣ ନେତା ରହିଛନ୍ତି ।
ବିଜେପୁରରୁ ବିଜେପି ପ୍ରାର୍ଥୀ ହେବା ଲାଗି ବିଜେପିର ପ୍ରଦୀପ ପୁରୋହୀତ ନିଜର ଆଗ୍ରହ ପ୍ରକାଶ କରିସାରିଛନ୍ତି । ତେବେ ବିଜେପି ସେଠାରେ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନାହିଁ । ସେହିଭଳି କଂଗ୍ରେସ ଓ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

Comments are closed.