OnaKhabar

ଜେଲ ଗଲେ ଆଶୀର୍ବାଦ, ଜାମିନ ହେଲା ଖାରଜ

560

ଭୁବନେଶ୍ୱର : ଏଟି ଚିଟଫଣ୍ଡ ମାମଲାରେ ଆଜି ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଛି | ଗିରଫ ପରେ ଆଜି ତାଙ୍କୁ ସିବିଆଇ କୋର୍ଟରେ ହାଜର କରିଥିଲା | କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି |
ତେବେ କୋର୍ଟରେ ହାଜର ହେବା ପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଶୀର୍ବାଦ ବେହେରା ଜାମିନ ଆବେଦନ କରିଥିଲେ | ହେଲେ ତାଙ୍କର ଜାମିନ ଆବେଦନକୁ ଭୁବନେଶ୍ୱର ସିବିଆଇ କୋର୍ଟ ଗ୍ରହଣ କରିନାହାଁନ୍ତି | ସ୍ୱାସ୍ଥ୍ୟଗତ କାରଣ ସହ ସିବିଆଇ ମାମଲାରେ ଚାର୍ଜସିଟ ଦାଖଲ କରି ସାରିଥିବାରୁ ଆଉ ସାକ୍ଷୀଙ୍କୁ ପ୍ରଭାବିତ କରିବା କି କାଗଜପତ୍ର ହେରଫେର କରିବାର ସମ୍ଭାବନା ନାହିଁ ଏବଂ ଜାମିନ ମଞ୍ଜୁର କରିବା ପାଇଁ ଆର୍ଶୀବାଦଙ୍କ ପକ୍ଷରୁ ଆବେଦନରେ ଦର୍ଶା ଯାଇଥିଲା | ସେହିପରି ଆଶୀର୍ବାଦଙ୍କ ସହ କମଳାକାନ୍ତ ମଧ୍ୟ ଜାମିନ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ | ହେଲେ ଉବୟଙ୍କର ଜାମିନ ଆବେଦନକୁ ଖାରଜ କରି ଦିଆ ଯାଇଛି | ଉଭୟ ଆଶୀର୍ବାଦ ଓ କମଳାକାନ୍ତ ଝାରପଡା ଜେଲ ଯାଇ ପାରନ୍ତି ବୋଲି ସୂଚନା ମିଳିଛି |

ଗିରଫ ହେଲେ ଓସିଏର ସମ୍ପାଦକ ଆଶୀର୍ବାଦ ବେହେରା

Comments are closed.