OnaKhabar

ଆରେ ଜଙ୍ଗଲର ଗଛ କଟାଯିବାକୁ ବିରୋଧ : ଅମିତାଭଙ୍କ ଘର ଆଗରେ ବିକ୍ଷୋଭ

650

ମୁମ୍ୱାଇ: ମେଟ୍ରୋ କାର୍‌ ଶେଡ୍‌ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ଗଛ କଟାଯିବାକୁ ବିରୋଧ | ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍‌ର ବହୁ ସେଲେବ୍ରିଟି ବିରୋଧ କରିଥିବା ବେଳେ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଏହା ସପକ୍ଷରେ ଯୁକ୍ତି ବାଢ଼ି ଲୋକଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ଲୋକେ ତାଙ୍କ ଘର ଆଗରେ ବିକ୍ଷୋଭ ମଧ୍ୟ କରିଛନ୍ତି।
ଅମିତାଭ ମଙ୍ଗଳବାର ଦିନ ଏକ ଟ୍ୱିଟ୍‌ କରିଥିଲେ। ‘ମୋର ଜଣେ ସାଙ୍ଗଙ୍କୁ ଜରୁରୀକାଳୀନ ମେଡିକାଲ୍‌ ସୁବିଧାର ଆବଶ୍ୟକତା ଥିଲା। ତେବେ ସେ କାର୍‌ ପରିବର୍ତ୍ତେ ମେଟ୍ରୋରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିରେ ବହୁତ ପ୍ରଭାବିତ ହୋଇ ଫେରିଥିଲେ। ସେ କହିଲେ ଏହା ସବୁଠୁ ଦ୍ରୁତ, ସୁବିଧାଜନକ ଓ ଦକ୍ଷ।’
ଏହା ସହିତ ସେ ପ୍ରଦୂଷଣରୁ ରକ୍ଷା ପାଇବା ଉପାୟ ସମ୍ପର୍କରେ ମଧ୍ୟ ଏଥିରେ ଲେଖିଥିଲେ। ସେ ଲେଖିଥିଲେ,‘ପ୍ରଦୂଷଣର ସମାଧାନ- ଗଛ ଲଗାନ୍ତୁ। ମୁଁ ମୋ ବଗିଚାରେ ଗଛ ଲଗାଇଛି। ଆପଣ ଲଗାଇଛନ୍ତି କି?’
ତେବେ ଅମିତାଭଙ୍କ ଏହି ଟ୍ୱିଟ୍‌କୁ ନିନ୍ଦା କରି ତାଙ୍କ ଜୁହୁ ସ୍ଥିତ ବାସଭବନ ‘ଜଲ୍‌ସା’ ସାମ୍ନାରେ ‘ଆରେ ବଚାଓ’ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜଣେ ବିକ୍ଷୋଭକାରୀ କହିଥିଲେ,‘ଏହା ମାଧ୍ୟମରେ ଆମେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ବଗିଚା କେବେ ହେଲେ ଏକ ଜଙ୍ଗଲର ସ୍ଥାନ ନେଇ ପାରିବ ନାହିଁ। ବଚ୍ଚନ ସାର୍‌ ମେଟ୍ରୋକୁ ପ୍ରୋତ୍ସାହନ କରନ୍ତୁ। ଆମେ ବି ଏହାର ସମର୍ଥନ କରୁଛୁ ବୋଲି କହିଥିଲେ |

Comments are closed.