OnaKhabar

ସେପ୍ଟେମ୍ବର ୨୯ରୁ ନବରାତ୍ରୀ, ଅକ୍ଟୋବର ୮ରେ ଦଶହରା

362

ଚଳିତ ବର୍ଷ ଦଶହରା ପଡୁଛି ଅକ୍ଟୋବର ୮ ତାରିଖରେ | ସେପ୍ଟେମ୍ବର ୨୯ ରବିବାର ଆରମ୍ଭ ହେବ ଶାରଦୀୟ ନବରାତ୍ରୀ । ଏହା ସହ ଦେଶରେ ଦେବୀଙ୍କ ପୂଜା ପର୍ବ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୬ ତାରିଖରେ ମହାଷ୍ଟମୀ ଓ ପାଳନ ହେବା ବେଳେ ୮ତାରିଖରେ ଦଶହରା ପାଳନ ହେବ । ଚଳିତବର୍ଷ ନବରାତ୍ରରେ ୬ ଦିନ ବିଶେଷ ଯୋଗ ରହିବ । ଏଥିରେ ୨ ଦିନ ଅମୃତ ସିଦ୍ଧି ଯୋଗ ଥିବା ବେଳେ ୨ ଦିନ ସର୍ବାର୍ଥ ସିଦ୍ଧି ଓ ୨ ଦିନ ରବିଯୋଗ ରହିବ।
ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ ସେପ୍ଟେମ୍ବର ୩୦ ତାରିଖ ଅମୃତ ସିଦ୍ଧି ଯୋଗ ରହୁଥିବା ବେଳେ ୧ ଅକ୍ଟୋବର ରବି ଯୋଗ, ୨ ତାରିଖରେ ଅମୃତ ସିଦ୍ଧି, ୩ ତାରିଖରେ ସର୍ବାର୍ଥସିଦ୍ଧି, ୪ରେ ରବି ଯୋଗ, ୫ ରବି ଯୋଗ ଓ ୬ ତାରିଖରେ ପୁଣି ସର୍ବାର୍ଥ ସିଦ୍ଧି ଯୋଗ ରହିଛି।

Comments are closed.