OnaKhabar

ବିଦ୍ୟୁତ କରେଣ୍ଟ ଲାଗି ମା’ ପୁଅ ମୃତ

359

ବ୍ରହ୍ମପୁର (ଓଏନଏ): ବିଦ୍ୟୁତ୍ କରେଣ୍ଟ ଲାଗି ମା’ପୁଅ ଉୟଙ୍କ ମୃତ ଘଟିଛି । ଘଟଣାଟି ଘଟିଛି ଖଲିକୋଟ ବ୍ଲକ ଚାକୁଟ ଗାଁରେ । ଘରେ ଛଣ୍ଡିପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ମା ଓ ପୁଅଙ୍କ ମୃତ୍ୟୁ ଘଟିଛି । ପ୍ରଥମେ ଘରେ ଛିଣ୍ଡି ପଡ଼ିଥିବା ଇଲେକ୍ଟ୍ରି ତାରକୁ ମେନସୁଇଜ ଅଫ ନ କରି ପୁଅ ସଜାଡ଼ିବାକୁ ଯାଇ ତାର ସଂସ୍ପର୍ଷରେ ଆସି ଛଟପଟ ହେଉଥିବାର ଦେଖି ପୁଅକୁ ବଂଚାଇବାକୁ ମା ମଧ୍ୟ ଇଲେକ୍ଟ୍ରି କରେଣ୍ଟ ସଂସ୍ପର୍ଶରେ ଆସିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ଉକ୍ତ ଘଟଣା ଘଟିବା ସମୟରେ ଘରେ ଆଉ କେହି ନ ଥିଲେ । ପାଖ ପଡ଼ିଶା ଲୋକେ ଦେଖି ଉଭୟଙ୍କୁ ଖଲିକୋଟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଡାକ୍ତରଖାନାରେ ଶବ ସେଠାରେ ପଡ଼ିରହିଛି । ମୃତ ବ୍ୟକ୍ତିଙ୍କର ପରିଚୟ ଲୋକ ଆସିଲେ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି ।

Comments are closed.