OnaKhabar

ଚିନ୍ତାରେ ତାପସୀ ପନୁ

1,230

ମୁମ୍ବାଇ: ବଲିଉଡର ଦମଦାର ଅଭିନେତ୍ରୀ ତାପସୀ ପନୁ ଏବେ ଚିନ୍ତାରେ ଅଛନ୍ତି | ତାଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ତାଙ୍କର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ପାଖରେ ସେ ଲୋକପ୍ରିୟ ହୋଇପାରିଛନ୍ତି।
୨୦୧୩ ମସିହାରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ତାପସୀ ପନୁଙ୍କ ନାଁ ଯୋଡ଼ି ହୋଇଛି। ତାପସୀଙ୍କ ଅଧିକ ଲୋକପ୍ରିୟ ତାଙ୍କୁ ଅସୁବିଧାରେ ପକାଇଛି।
ଦିଲ୍ଲୀରେ ତାପସୀ ପନୁ ଜନ୍ମ ଗ୍ରହଣ କରିଥିଲେ। ବିନା ସୁରକ୍ଷାରେ ଦିଲ୍ଲୀର ଖୋଲା ରାସ୍ତାରେ ତାପସୀ ବୁଲନ୍ତି। ଏକ ସାକ୍ଷାତକାରରେ ତାପସୀ କହିଛନ୍ତି, ଦିଲ୍ଲୀର ରାସ୍ତାରେ ବୁଲିବା ଓ ସପିଙ୍ଗ କରିବା ତାଙ୍କ ପାଇଁ ଏବେ ମୁସ୍କିଲ ହୋଇଯାଇଛି।
ତାପସୀ ଆହୁରି କହିଛନ୍ତି, ଦିଲ୍ଲୀର କୌଣସି ମହଲକୁ ସପିଂ କରିବା ଲାଗି କଲେ ତାଙ୍କ ପାଇଁ ପରିବାର ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତାପସୀଙ୍କୁ ସପିଂ ମହଲରେ ତାଙ୍କ ଦର୍ଶକ ଘେରି ଯାଆନ୍ତି। ତାଙ୍କ ସହ ସେଲଫି ନେବାପାଇଁ ତାପସୀଙ୍କୁ ଭିଡି ନେଇଥାନ୍ତି। ତାପସୀଙ୍କ କାମ ପାଇଁ ଏତେ ଲୋକ ତାଙ୍କୁ ଭଲ ପାଉଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି ତାପସୀ କହିଛନ୍ତି।

Comments are closed.