OnaKhabar

ପୀଡିତାଙ୍କୁ ଗଣଦୁଷ୍କର୍ମ, ଅବସ୍ଥା ଗୁରୁତର

149

ନୂଆଦିଲ୍ଲୀ : ଦେଶରେ ଦୁଷ୍କର୍ମ ଦିନକୁ ଦିନ କ୍ରମାଗତ ଭାବେ ବଢି ଚାଲିଥିବା ବେଳେ ଏହି ପରିପ୍ରେକ୍ଷୀରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବିହାରର ମୁଜାଫରପୁର ବାଳିକା ଆଶ୍ରୟସ୍ଥଳରେ ପୂର୍ବରୁ ଦୁଷ୍କର୍ମରେ ଶିକାର ହୋଇଥିବା ଜଣେ ପୀଡିତା ପୁଣି ଥରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାଟି ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ସ୍ଥାନୀୟ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିସ୍ଥ୍ୟା ପାଇଁ ଭର୍ତ୍ତି କରାଯାଇଛି । ତେବେ ଗତ ଶୁକ୍ରବାର ରାତିରେ ଏହି ଗଣଦୁଷ୍କର୍ମ ହେଇଥିବା ବେତିୟା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ପୀଡିତାଙ୍କୁ ୪ଜଣ ଯୁବକ ପ୍ରଥମେ ବଳପୂର୍ବକ କାର ରେ ଉଠାଇନେଇଥିଲେ । ଏହାପରେ ,ସେମାନେ ଚଳନ୍ତା କାରରେ ଦୁଷ୍କର୍ମ କରିଥିବା ଜଣାପଡିଛି । ଅଭିଯୁକ୍ତ ମାନେ ଗୋଟିଏ ପରିବାରର ବୋଲି ପୋଲିସର ତଦନ୍ତରୁ ଜଣାପଡିଛି । ମୁଜାଫରପୁର ବାଳିକା ଆଶ୍ରୟସ୍ଥଳରେ ୩୪ ଜଣ ଝିଅ ଗତବର୍ଷ ଦୁଷ୍କର୍ମରେ ଶିକାର ହୋଇଛନ୍ତି । ସେମାନଙ୍କୁ ବର୍ଷ ବର୍ଷ ଧରି ଅମାନୁଷିକ ଭାବେ ଅତ୍ୟାଚର କରାଯାଉଥିବା ତଥ୍ୟ ଏବେ ସାମ୍ନାକୁ ଆସିଛି । ରାଜ୍ୟ ସରକାର ଏହି ମାମଲାର ତଦନ୍ତଭାର ସିବିଆଇକୁ ନ୍ୟସ୍ତ କରିଥିବା ବେଳେ ସୁପ୍ରିମ କୋର୍ଟ ଆଶ୍ରୟସ୍ଥଳର ୮ଜଣ ପୀଡିତାଙ୍କୁ ନିଜ ପରିବାର ସହ ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏବେ ଜଣେ ପୀଡିତାଙ୍କ ସହ ପୁଣି ଗଣଦୁଷ୍କର୍ମ ଘଟଣା ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।