OnaKhabar

ସର୍ପ ଦଂଶନରେ ମହିଳା ମୃତ

665

ଭଦ୍ରକ: ଆଜି ସକାଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକରା ଗ୍ରାମରେ ସର୍ପାଘାତ ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ମହିଳା ହେଉଛନ୍ତି ହରିହର ପୋଥାଳଙ୍କ ପତ୍ନୀ ୫୦ ବର୍ଷୀୟ ସୁକାନ୍ତି । ବଡ଼ିସକାଳୁ ସୁକାନ୍ତି ତାଙ୍କ ବାଡ଼ିରେ କୌଣସି କାମ କରୁଥିବା ବେଳେ ତାଙ୍କୁ କେହି ଗୋଟାଏ ଦଂଶନ କରିଥିବା ଜାଣିଥିଲେ ମଧ୍ୟ ଘରେ କାହାରିକୁ କହି ନ ଥିଲେ ।
ପରେ ଦଂଶନ ଜାଗାରେ ଜ୍ୱାଳା ବଢ଼ିବା ଏବଂ ମୁଣ୍ଡ ବୁଲାଇବାରୁ ସେ ଏ କଥା ଘରଲୋକଙ୍କୁ କହିଥିଲେ । ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଯୌତୁକ ଦାବିରେ ହତ୍ୟା ଅଭିଯୋଗ